ମା ରାମଚଣ୍ଡୀ ମନ୍ଦିର ପରିସରରେ କୁଳିତା ଦିବସ ପାଳିତ

3

ସୋହେଲା :-ସୋହେଲା ବ୍ଳକ ଲମ୍ବରୁପାଲି ମା ଚଣ୍ଡୀ ମନ୍ଦିର ପରିସରରେ କୁଲିତା ଦିବସ ପାଳିତ ହୋଯାଇଛି l ଏହି ଅବସରରେ  ସକାଳେ ମା’ ରାମଚଣ୍ଡୀଙ୍କଠାରେ ପୂଜାର୍ଚ୍ଚନା କରାଯାଇଥିଲା l ମନ୍ଦିର ପରିଚାଳନା କମିଟି ସଭାପତି ଯୁଗଳ କିଶୋର ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଛତିଶଗଡ଼ ରାୟପୁର ସଂଭାଗର କୁଳିତା ସମାଜ ସଭାପତି ଗିରିଧା ଧାରୀ ସାହୁ ମୁଖ୍ୟ ଅତିଥି, ସଂରକ୍ଷକ ହରିଚରଣ ପଧାନ ବଲାଙ୍ଗୀର ଜିଲ୍ଲା ସଭାପତି ବେଲାର ସିଂ ଭୋଇ, ବରଗଡ଼ ଜିଲ୍ଲା ସମ୍ପାଦକ ପର୍ଶୁରାମ ବାରିକ, କୋଷାଧ୍ୟକ୍ଷ ପରେଶ ପଧାନ, ବରଗଡ଼ ନଗରଉପସଭାପତି ପରେଶ ବିଶି, ସୋହେଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ବବି ପଧାନ, ଭଟଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ସୌରୀଚରଣ ବାରିକ ପ୍ରମୁଖ ଯୋଗଦେଇଥିଲେ l ମନ୍ଦିର କମିଟି ସମ୍ପାଦକ କ୍ଷିରୋଦ୍ର ବୁଦ୍ଧିଆ ବିବରଣୀ ପଠନ ଏବଂ ଅମାତ୍ୟ ପଧାନ ଓ କ୍ଷୀରୋଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ଚାଷୀ ଜଟାଧାରୀ ପଧାନ ଓ କୃଷ୍ଣଚନ୍ଦ୍ର ନାୟକ, ଛାତ୍ର ରଚିତ ପଧାନ ଓ ତୁଷାର ପଧାନଙ୍କୁ ସମ୍ମାନିତ କରାଯାଇଥିଲା । ଅଶ୍ବିନୀ ପାତ୍ର ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମରେ ସୋହେଲା ବ୍ଲକ୍‌ର ସମସ୍ତ କୁଳିତା ସମାଜର ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ l

Leave A Reply

Your email address will not be published.