ଭୁବନେଶ୍ୱର : ଜାତୀୟ ପଥପ୍ରାନ୍ତ ନାଟକ ଦିବସ ଏପ୍ରିଲ ବାର ମହାସମରୋହର ସହ ଆଜି ଭୁବନଶ୍ଵର ର ମାଷ୍ଟରକ୍ୟାନ୍ଟୀନ ଛକରେ ଓଡିଶା ପଥପ୍ରାନ୍ତ ନାଟକ ମହାସଂଘ (ଓପନାମ )ପକ୍ଷରୁ ପାଳିତ ହେଇଜାଇଛି ! ମହାସଂଘର ସଭାପତି ଶ୍ରୀ ଶତ୍ରୁଘ୍ନ ସାମଲଙ୍କ ନେତୃତ୍ଵ ରେ ନାଟ୍ୟକର୍ମୀ ମାନଙ୍କ ଏକ ସଚେତନା ମୂଳକ ଶୋଭା ଯାତ୍ରା କରା ଯାଇ ଲୋକମାନଙ୍କୁ ସଚେତନ କରା ଯାଇଥିଲା ! ଏହି କାର୍ଯ୍ୟକର୍ମକୁ ଓଡିଶାର ବିଶିଷ୍ଟ ନାଟ୍ୟ ନିର୍ଦେଶକ ତଥା କଳିଙ୍ଗ ନାଟ୍ଯ ସଂଘର ସଭାପତି ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ମଲ୍ଲିକ ଉଦ୍ଘାଟନ କରିଥିଲେ | ଉପସ୍ଥିତ ଅନ୍ୟାନ୍ୟ ବରିଷ୍ଠ ନାଟ୍ଯ ନିର୍ଦେଶକ ,ଅଭିନେତା ଯଥା ଡାକ୍ତର ପ୍ରସନ ମିଶ୍ର ,ଶ୍ରୀ ପ୍ରଦୀପ ବିଶ୍ଵାଳ ,ଶ୍ରୀ ମୁକୁନ୍ଦ ସତପଥି, ଶ୍ରୀ ଭଜକୃଷ୍ଣ ମହାନ୍ତି,ଶ୍ରୀ ନରେନ୍ଦ୍ର ମିଶ୍ର ,ଶ୍ରୀ ସତ୍ୟ ଜେନା ପ୍ରମୁଖ ,ପଥପ୍ରାନ୍ତ ନାଟକର ଭୂମିକା ଓ ଏକ ସୁସ୍ଥ ସମାଜ ପାଇଁ ପଥପ୍ରାନ୍ତ ନାଟକର ଆବଶ୍ୟକତା ଉପରେ ସାରଗର୍ଭକ ଆଲୋଚନା କରିବା ସହ ପଥପ୍ରାନ୍ତ ନାଟ୍ଯକର୍ମୀ ମାନଙ୍କୁ ଉସ୍ଥାହିତ କରିଥିଲେ !!
ଏହି ଅବସରରେ ସଂଯୋଗ ନାଟ୍ଯ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ଵାରା ଏକ ଜନ ସଚେତନା ମୂଳକ ନାଟକ “ବିନ୍ଦୁ ବିନ୍ଦୁ ଜଳ” ପରିବେଷଣ କରାଯାଇଥିଲା !!
ଓଡିଶାର ପ୍ରମୁଖ ପଥପ୍ରାନ୍ତ ନାଟ୍ୟକର୍ମୀ ମାନେ ଯଥା ଶ୍ରୀ ରଞ୍ଜନ ନାୟକ ,ଶ୍ରୀ ନିତ୍ୟପ୍ରକାଶ ସ୍ଵାଇଁ ,ଶ୍ରୀ ପ୍ରଶାନ୍ତ ମହାପାତ୍ର,,ବନ୍ଦେମାତରମ ଅନୁଷ୍ଠାନ ର ପ୍ରହ୍ଲାଦ (କଟ) ,ଶ୍ରୀମତୀ ଜୟଶ୍ରୀ ଦାସ ,ଶ୍ରୀ ବିଭୁ ଦୀକ୍ଷିତ ,ଶ୍ରୀ କାଳନ୍ଦି ଚରଣ ସ୍ଵାଇଁ,ଶ୍ରୀ ପବିତ୍ର ମୋହନ ନାୟକ ,ଶ୍ରୀ ଜଗଦାନନ୍ଦ ନାୟକ ଶ୍ରୀ ମିଥୁନ ମଳୟ ଜେନା ,କୁମାରୀ ମିନତୀ ସ୍ଵାଇଁ ,ଶ୍ରୀ ପ୍ରଶାନ୍ତ ଷଡଙ୍ଗୀ ,ଶ୍ରୀ ଗୁପ୍ତେଶ୍ଵର ପାଣିଗ୍ରାହୀ ଶ୍ରୀ ଶ୍ରୀବତ୍ସ ନାୟକ ,ଶ୍ରୀ ବୁଲୁ ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ!!
Sign in
Sign in
Recover your password.
A password will be e-mailed to you.