ଆୟୁଷ୍ମାନ କାର୍ଡ ପାଇଲେ ପଦ୍ମଶ୍ରୀ ହଳଧର

3

ଘେଁସ /ସୋହେଲା : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡାଙ୍କ ଦ୍ଵାରା ଓଡ଼ିଶାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭଅବସରରେ ସୋହେଲା ବ୍ଲକର ଘେଁସ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଚିକିତ୍ସାଧୂକାରୀ ଡା. ଅବିନାଶ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ହଲଧର ନାଗ, ମୁଖ୍ୟ ବକ୍ତା ସାହିତ୍ୟିକ ଅଶୋକ କୁମାର ପୂଜାହାରୀ ତଥା ସମ୍ମାନୀତ ଅତିଥ୍‌ ସାଂସଦ ପ୍ରତିନିଧ ଲୋକେଶ୍ଵର ସିଂହ ବରିହାଏବଂ ବିଧାୟକ ପ୍ରତିନିଧ ପ୍ୟାରୀଲାଲ ବାରିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦିବ୍ୟ କିଶୋର ପ୍ରଧାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ବାବୁଲୁ ପଧାନ। ଏହି ଅବସରରେ କବି ହଲଧର ନାଗଙ୍କ ସମେତ ଅଠେଇଶି ଜଣଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବଦନା ଯୋଜନାର କାର୍ଡ ବଣ୍ଟନ କରାଯାଇଥିଲା । ଏଇମିତି ଟିଭି ମାଧ୍ୟମରେ କଟକ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯାଇଥିଲା ।

Leave A Reply

Your email address will not be published.