ମା ମୁତ୍ୟାଲୁମା ଙ୍କ ୨୬ତମ ଚୈତ୍ର ଯାତ୍ରା ଆରମ୍ଭ: ଶତାଧିକ ମହିଳା ଭାଗ ନେଲେ କଳସ ଯାତ୍ରାରେ

2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୬ତମ ଶୀତଳ ଚୈତ୍ର ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି /ଆଜି ସକାଳେ ମାଙ୍କ ପଞ୍ଚାମୃତ ଅଭିଷେକ ହେବା ପରେ ଅଳଙ୍କାର ଦର୍ଶନ ହୋଇଥିଲା।ପରେ ମନ୍ଦିର ପରିସରରେ ଧ୍ଵଜାରୋପଣ ଗଙ୍ଗାଧୀବାସ , ହୋମ ଯଜ୍ଞ ଆରମ୍ଭ କରାଯାଇଥିଲା। ଏହି ଅବସରରେ ପ୍ରେତ୍ୟକ ବର୍ଷ ଭଳି ମାଙ୍କ ଶୀତଳ ନିମନ୍ତେ ଏକ କଳସ ଯାତ୍ରା କରାଯାଇଥିଲା। ଏଥିରେ ମୋତିଲାଲ ନଗର, ଜଗନ୍ନାଥ ନଗର ତଥା ଆଖପାଖ ଅଞ୍ଚଳ ଶତାଧିକ ମହିଳା ଭକ୍ତ ମାନେ ଏହି କଳସ ଯାତ୍ରା ରେ କରାଯାଇଥିଲା ।ଏହି ଯାତ୍ରା ରେ ମହିଳା ମାନେ କଳସରେ ନିଜ ନିଜ ଗୃହରୁ କଳସରେ ହଳଦୀ ପାଣି ସହ ନିମ ପତ୍ର ରଖି ନଗର ପରିକ୍ରମ କରିବା ପରେ ମା ଙ୍କ ଠାରେ ଅର୍ପଣ କରିଥିଲେ।ଏହି ହୋମଯଜ୍ଞ ପୂଜାକୁ ପୂଜକ ଭାବେ ଶିବାଶିଷ ପାଣିଗ୍ରାହୀ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ମନ୍ଦିର ପୂଜକ ଭାବେ ବି କିଶୋର କୁମାର, ଏମ କିଷାନ ଓ ଏମ ରାଜା ପ୍ରମୁଖ ପୂଜା କାର୍ଯ୍ୟ କରିଛନ୍ତି। ଯାତ୍ରା ନିମନ୍ତେ ମନ୍ଦିର ପରିସର ବିଭିନ୍ନ ପ୍ରକାର ସାଜସଜା କରାଯାଇଛି।

 

Leave A Reply

Your email address will not be published.