ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘ, ନନ୍ଦାହାଣ୍ଡି ବ୍ଲକ ତରଫରୁ 7 ଦଫା ଦାବି ପତ୍ର ପ୍ରଦାନ ଓ ବ୍ଲକ କମିଟି ଗଠନ

2

ନବରଙ୍ଗପୁର : 11/04/2025,ଅଶୋକ ସାହୁ, ଶାସକ ପ୍ରଶାସକ,ନନ୍ଦାହାଣ୍ଡି ବ୍ଲକ ର ସମସ୍ତ ଓଡିଶା ଜୀବିକା ମିଶନ ଶକ୍ତି ଇ ସି ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ନୂତନ କମିଟି ଗଠନ କରାଯାଇଥିଲା l ବ୍ଲକ ସଭାନେତ୍ରୀ ଭାବେ ଶ୍ରୀମତୀ ସଂଯୁକ୍ତା ଗଦବା ଉପ ସଭାନେତ୍ରୀ ଶ୍ରୀ ମତୀ ମୁନି ଟାକ୍ରୀ ସମ୍ପାଦିକା ଶ୍ରୀ ମତି ସୁରମା ସୁନା ସହ ସମ୍ପାଦିକା ବନିତା ହରିଜନ କଷାଦକ୍ଷ ଗୀତା ନାୟକ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ଏବଂ ହାଟ ପଦା ଠାରୁ ଏକ ଶଭା ଯାତ୍ରା ବାହାରି ବ୍ଳକ ଅଫିସ ରେ ପହଞ୍ଚି ଥିଲେ ସେଠାରେ ନନ୍ଦାହାଣ୍ଡି ବିଡ଼ିଓ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଭୁବନେଶ୍ୱର ଓ ମାନନୀୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଙ୍କୁ ୭ ଦଫା ଦାବୀ ପତ୍ର ପ୍ରଦାନ କରାଗଲା। ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ଉପଦେଷ୍ଟା ପରମେଶ୍ବର ବିଷୋୟୀ,ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ,ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘ, ନବରଙ୍ଗପୁର ଜିଲ୍ଲା ସମ୍ପାଦିକା ପ୍ରମିଳା ସାମନ୍ତରାୟ ମାନେ ପରିଚାଳନା କରିଉଦବୋଧନ ଦେଇଥିଲେ। ଦାବୀଗୁଡିକ ଯଥା: ୧ ) ଓଡିଶା ଜୀବିକା ମିଶନଶକ୍ତି ଇ.ସି ମାନଙ୍କୁ ସରକାରୀ କର୍ମଚାରୀ ରୁପେ ଘୋଷଣାକରାଯାଉ।(୨) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ସରକାରଙ୍କ ଦୈନିକ ମଜୁରୀ ହାରରେ ବେତନଦିଆଯାଉ।(୩) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ଯେ ଯେଉଁ ପଦବୀରେ ଅଛନ୍ତି ତାଙ୍କୁ ସ୍ଥାୟୀକରାଯାଉ।(୪) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ କାର୍ଯ୍ୟରତ ସମୟରେ ଦୁର୍ଘଟଣା ଜନୀତ ମୃତ୍ୟୁ ହେଲେ ଦଶଲକ୍ଷ ଟଙ୍କା ଓ ସ୍ଵାଭାବିକ ମୃତ୍ୟୁ ହେଲେ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଉ।(୫) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ୬୦ ବର୍ଷରେ ଅବସର ନେଲେ ଅବସର କାଳୀନ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ଓ ମାସିକ ପେନସନ ପାଞ୍ଚ ହଜାରଟଙ୍କା ଦିଆଯା ଉ।(୬) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ବୀମା, ଇ.ଏସ.ଆଇ, ପ୍ରଭିଡେଣ୍ଟ ଫଣ୍ଡଲାଗୁ କରାଯାଉ।(୭) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ପ୍ରତ୍ୟେକ ମାସରେ ୫ ରୁ ୧୦ ତାରିଖ ମଧ୍ୟରେସେମାନଙ୍କ ବେତନ ଦେବାର ବ୍ୟବସ୍ଥା କରାଯାଉ l ଏଥିରେ ନନ୍ଦାହାଣ୍ଡି ବ୍ଲକ ରୁ 100 ଜଣ ଇ ସି ସଭ୍ୟ ମାନେ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.