ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ର ଶେଷ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା

2

ଫ୍ୟାନ୍ ରେ ଝୁଲି ରହିଛି ଛାତ୍ର ର ଶବ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଗୁଣପୁର ଗାନ୍ଧୀ ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ର କମ୍ପ୍ୟୁଟର ସାଇନସ ବିଭାଗର ଶେଷ ବର୍ଷ ଛାତ୍ରର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ବିଶ୍ବବିଦ୍ୟାଳୟ ପରିସରରେ ନିଉଟନ ହଷ୍ଟେଲ୍ ମଧ୍ୟରେ ଥିବା ୨୪ ନଂ ରୁମ୍ ରେ ଘଟିଛି ଏହି ଅଘଟଣ। ଫ୍ୟାନ୍ ରେ ଝୁଲି ରହିଛି ଛାତ୍ର ର ଶବ। ଛାତ୍ର ଜଣକ ହେଲେ ସନ୍ଦିପ୍ ଲେଙ୍କା। ମୃତ ଛାତ୍ର ର ନିଜ ଘର କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ସୁଚନା ମିଳିଛି। ହଷ୍ଟେଲ ପରିସରରେ ଗୁଣପୁର ପୋଲିସ୍ ର ତଦନ୍ତ ଜାରି ରହିଛି। ସାଇଣ୍ଟିଫିକ୍ ଟିମ୍ ର ସହାୟତା ଲୋଡିଛି ପୋଲିସ୍। ଗତକାଲି କମ୍ପୁଟର ସାଇନସ ବିଭାଗ ଶେଷ ବର୍ଷ ର ଛାତ୍ର ମାନଙ୍କ ବିଦାୟକାଳାନ ସମ୍ବର୍ଦ୍ଧନା ରହିଥିଲା। ଏହି କାର୍ଯ୍ୟକ୍ରମ ସରିବା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଛାତ୍ର ଜଣକ ଶୋଇନଥିବା ସହପାଠୀ ଛାତ୍ର ଦେଖିବାକୁ ପାଇଥିଲେ। ସକାଳୁ ଉଠିବା ପରେ ଝାଡୁକରିବା ପାଇଁ ମହିଳା କର୍ମଚାରୀ ଛାତ୍ର ରୁମ୍ କୁ ଯାଇଥିଲେ। ସେଠାରେ ଛାତ୍ର ଭିତରପଟୁ କବାଟ ଦେଇଥିବା ବେଳେ କବାଟ ଖୋଲିନଥିଲେ। ଛାତ୍ର କବାଟ ନଖୋଲିବାରୁ ସହପାଠୀ ମାନେ ବିଶ୍ବ ବିଦ୍ୟାଳୟ କର୍ତୁପକ୍ଷ କୁ ଜଣାଇଥିଲେ। ଛାତ୍ର ଜଣକ ଫ୍ୟାନ୍ ରେ ଝୁଲିଥିବା ଦେଖିବାକୁ ପାଇଥିଲେ। ଗୁଣପୁର ପୋଲିସ୍ ବିଶ୍ବ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ୍ କୁ ଯାଇ ଛାତ୍ର ମୃତ୍ୟୁର ତଦନ୍ତ ଆରମ୍ଭ କରିଛି। ଏ ନେଇ ବିଶ୍ବ ବିଦ୍ୟାଳୟ କର୍ତୁପକ୍ଷ ଭଲ ପିଲା ଥିଲା, ସବୁ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିଲା। ସେ କାହିଁକି ଆତ୍ମହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି। ପ୍ରତିକ୍ରିୟା ରଖୁନଥିବା ବେଳେ ଛାତ୍ର ମୃତ୍ୟୁ କୁ ନେଇ ସହଜରେ ଗ୍ରହଣ କରିପାରୁନାହାନ୍ତି ସହପାଠୀ ଛାତ୍ର। ଛାତ୍ର ଜଣକ ବାଙ୍ଗାଲୋର ର ଟେକ୍ ମହେନ୍ଦ୍ରା ସଂସ୍ଥାରେ ନୁତନ ଭାବେ ନିଯୁକ୍ତି ପାଇଥିଲେ। ଛାତ୍ର ଜଣକ ନିଯୁକ୍ତି ପାଇବା ପରେ ପରୀକ୍ଷା ଦେବା ସକାଶେ କିଛିଦିନ ହେବ ଗୁଣପୁର ଗାନ୍ଧୀ ଯାନ୍ତ୍ରୀକ ବିଶ୍ବବିଦ୍ୟାଳୟ କୁ ଆସିଥିଲେ ବୋଲି ପୋଲିସ ସୂଚନା ଦେଇଛି । ସେ ଆତ୍ମା ହତ୍ୟା କରିଥିବା ପ୍ରାଥମିକ ତଦନ୍ତ ରୁ ଅନୁମାନ କରାଯାଉଛି ଓ ତାଙ୍କ ପରିବାର ବର୍ଗ ଆସିବାପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଗୁଣପୁର ଥାନା ଅଧିକାରୀ ଉତ୍ତମ କୁମାର ସାହୁ କହିଚନ୍ତି ।

 

Leave A Reply

Your email address will not be published.