ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ରେ ଆସ ବହିଟିଏ କିଣିବା ଦିବସ ପାଳିତ।

2

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 9.4.2025 ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଉପ କୁଳସଚିବ ଡ. ଜୟଦେବ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ପ୍ରୋଗ୍ରାମ ଅଫିସର ଅଂଶୁମାନ ବାବୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଓଡିଆ ପକ୍ଷ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଓଡ଼ିଆ ପକ୍ଷ ପାଳନ ର ଦଶମ ଦିନରେ ଆସନ୍ତା କାଲି ତା 10.4.2025 ରିଖରେ ଲୋକକଳା ପାଇଁ ଦିନଟିଏ, ଏହି ଅବସରରେ ପୂର୍ବାହ୍ନ 9.30 ଘଟିକା ରେ କଳା ଗ୍ରାମ ଛୁରିଆଗଡ଼ ପରିଦର୍ଶନ, ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ସ୍ଥାନୀୟ ଟାଉନ ହଲ ଠାରେ ଅପରାହ୍ନ 5.00 ଘଟିକା ରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଅନୁଷ୍ଠିତ ହେବ। ସେହିପରି ତା 11 ରିଖରେ ଯୁବ ଲେଖକ ସମ୍ମିଳନୀ ଓ 12,ତାରିଖରେ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି ସବୁ କାର୍ଯ୍ୟକ୍ରମ ରେ ଯୋଗଦାନ ପୂର୍ବକ ଏହି ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଛି।,

Leave A Reply

Your email address will not be published.