ବେଆଇନ ପଥର ଫୁଟା ବେଳେ ଓଡ଼ଗାଁ ପୋଲିସ ଦ୍ବାରା କମ୍ପ୍ରେସର ଜବତ, ୩ ଜଣ ଗିରଫ

2

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରେ ପାଟ୍ରୋଲିଙ୍ଗ ବେଳେ ଖବର ପାଇ ଆଇଆଇସି ଅଭୟ ବେହେରାଙ୍କ ନିର୍ଦ୍ଦେଶରେ ଓଡ଼ଗାଁ ପୋଲିସ ବେଆଇନ ପଥର ଫୁଟା ଉଦ୍ୟମ ବେଳେ ଟ୍ରାକ୍ଟର ସହିତ କମ୍ପ୍ରେସର ଜବତ କରିଛନ୍ତି।ଏବଂ ୩ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫମାନେ ହେଲେ କନ୍ଧମାଳ ଜିଲ୍ଲା ବାହୁନିଗାଁ ଥାନା ଝିଞ୍ଜିରିଙ୍ଗିଗୁଡା ଗୁବୁରାକୋଟିର ଦେବେନ୍ଦ୍ର ପରିଛା(୪୮), ଓଡ଼ଗାଁ ଥାନା ଜୟପୁର ମିଲୁ ପରିଡ଼ା(୨୦) ଏବଂ ଶିଆରିମାଳର ଡାକ/ମନୋଜ ନାୟକ(୪୦)। ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁ ପୋଲିସ ପାଟ୍ରୋଲିଙ୍ଗ କରିବା ବେଳେ ଖବର ପାଇ ବାହାଡ଼ାଝୋଲା ଫାଣ୍ଡି ନିକଟ ସିଆରିମାଳ ଗାଁ ଜଙ୍ଗଲରେ ପହଞ୍ଚି ଥିଲେ।ପଥର ଫୁଟାଇବା ପାଇଁ କମ୍ପ୍ରେସର ମାଧ୍ୟମରେ ପଥରରେ ହୋଲ୍ କରୁଥିବା କମ୍ପ୍ରେସର ଏବଂ ତା ସହିତ ଓଡି୨୫ଡି୫୫୯୪ ଟ୍ରାକ୍ଟର ଜବତ କରିଥିଲେ।୯୦/୨୦୨୫ରେ ଖଣିରୁ ବଣିଜ ଦ୍ରବ୍ଯ ବେଆଇନ ଉତ୍ତୋଳନ କରୁଥିବା ଅଭିଯୋଗରେ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଥିଲେ।

Leave A Reply

Your email address will not be published.