୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ

2

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ ଖେଳାଯାଇଛି। ବୁଧବାର ପ୍ରଥମ ମ୍ଯାଚ ଚଣ୍ଡିଗଡ଼ ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଉତ୍ତରାଖଣ୍ଡ ଚଣ୍ଡିଗଡ଼ ପୋଲିସ ଦଳକୁ ୯-୦ ଗୋଲ ବ୍ଯବଧାନରେ ପରାସ୍ତ କରିଛି।ଦ୍ୱିତୀୟ ମ୍ଯାଚ ଆଇଟିବିପି ଓ ରାଜସ୍ଥାନ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ଆଇଟିବିପି, ରାଜସ୍ଥାନ ପୋଲିସ ଦଳକୁ ୮-୩ ଗୋଲ ବ୍ଯବଧାନରେ ହରାଇଛି ।
ସେହିପରି ମଣିପୁର ଓ ଝାଡ଼ଖଣ୍ଡ ପୋଲିସ ମଧ୍ୟରେ ତୃତୀୟ ମ୍ଯାଚ ଖେଳାଯାଇଥିଲା। ଏହି ମ୍ଯାଚରେ ମଣିପୁର, ଝାଡ଼ଖଣ୍ଡ ପୋଲିସ ଦଳକୁ ୩ -୧ ଗୋଲ ବ୍ୟବଧାନରେ ହରାଇଛି। ଚତୁର୍ଥ ମ୍ଯାଚ ପଶ୍ଚିମବଙ୍ଗ ଓ ଛତିଶଗଡ଼ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ଯାଚରେ ପଶ୍ଚିମବଙ୍ଗ ଛତିଶଗଡ଼ ପୋଲିସ ଦଳକୁ ୬- ୩ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।
ପଞ୍ଚମ ମ୍ୟାଚ ଏସଏସବି ଓ ଗୁଜୁରାଟ ମହିଳା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଏସଏସବି ମହିଳା ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁଜୁରାଟ ମହିଳା ପୋଲିସ କୁ ୧୭ – ୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା।

ସେହିପରି ଘରୋଇ ଓଡିଶା ଓ ଉତ୍ତର ପ୍ରଦେଶ ପୋଲିସ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ଉତ୍ତର ପ୍ରଦେଶ, ଘରୋଇ ଓଡିଶା ପୋଲିସ ଦଳକୁ ୨ -୧ ଗୋଲରେ ପରାସ୍ତ କରିଛି ।

ସପ୍ତମ ତଥା ଆଜିର ଶେଷ ମ୍ୟାଚ ଜାମ୍ମୁ କାଶ୍ମୀର ଓ ଗୁଜୁରାଟ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଜାମ୍ମୁ କାଶ୍ମୀର ପୋଲିସ ଦଳ ଗୁଜୁରାଟ ପୋଲିସ ଦଳକୁ 18-0 ଗୋଲରେ ପରାସ୍ତ କରି ବିଜୟୀ ହୋଇଛି।

ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ସାଶ୍ଵତ ମିଶ୍ର, ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର (ଭୁବନେଶ୍ବର-କଟକ) ଶ୍ରୀ ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଶ୍ରୀ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ସଶସ୍ତ୍ର) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଶ୍ରୀ ରାଜେଶ କୁମାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଶ୍ରୀ ଅନୁପ କୁମାର ସାହୁ ପ୍ରମୁଖ ବିଭିନ୍ନ ମ୍ଯାଚ ଗୁଡିକରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.