ରାଜନୀତି ବିଜ୍ଞାନ ବିଭାଗର ସ୍ବାଗତ ଓ ବିଦାୟ ସମାରୋହ

7


ନୂଆଙ୍କୁ ସ୍ବାଗତ, ପୁରୁଣାଙ୍କୁ ଭାବବିହ୍ୱଳ ବିଦାୟ

ବେଲଗୁଣ୍ଠା:୧୮/୦୯, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଏବଂ ଅନ୍ତିମ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ନୂଆ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବା ସହ ଅନ୍ତିମ ବର୍ଷର ଛାତ୍ରଛାତ୍ରୀଙ୍କ ସଫଳ ଭବିଷ୍ୟତ କାମନା କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଜୀବନରେ ଶିକ୍ଷା ସହିତ ଶୃଙ୍ଖଳା, ନୈତିକତା ଓ ସାମାଜିକ ଦାୟିତ୍ବବୋଧର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଡ. ପ୍ରଫୁଲ୍ଲ କୁମାର ଜେନା, ଅଧ୍ୟାପକ ଅଶୋକ କୁମାର ସ୍ବାଇଁ, ଅଜୟ କୁମାର ବିଶ୍ବାଳ, ଅଧ୍ୟାପିକା ପିଙ୍କି ପାତ୍ର, ଲକ୍ଷ୍ମୀ ଗୌଡ଼, ଗ୍ରନ୍ଥାଗାରିକ ରଞ୍ଜିତ କୁମାର ସାମଲ ଓ କ୍ରୀଡ଼ା ଶିକ୍ଷକ ବିଶ୍ବ ରଞ୍ଜନ ସ୍ବାଇଁ ଉପସ୍ଥିତ ଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବବିନିମୟ ସହ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଉତ୍ସବକୁ ଆକର୍ଷଣୀୟ କରିଥିଲା।

Leave A Reply

Your email address will not be published.