ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ରାଷ୍ଟ୍ରୀୟ ପୋଷଣ ମାସ

12

ମା’ ଓ ଶିଶୁଙ୍କ ସୁସ୍ଥତା ପାଇଁ ପୁଷ୍ଟିକର ଖାଦ୍ୟ ଉପରେ ସଚେତନତା

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଗର୍ଭବତୀ ମହିଳା ଓ ଶିଶୁଙ୍କ ସୁସ୍ଥ ବିକାଶ ପାଇଁ ପୋଷଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ସେପ୍ଟେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯାଉଛି।
୨୦୧୮ ମସିହାରୁ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗର୍ଭବତୀ ମହିଳା ଓ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପୋଷଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ଚଳିତ ବର୍ଷର ବିଷୟବସ୍ତୁ *“ହାମାରି ଅଙ୍ଗନୱାଡି, ହାମାରି ଜିମ୍ମେଦାରୀ”*କୁ ଆଧାର କରି ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀଙ୍କୁ ପୋଷଣ ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ଓ ସଚେତନତାମୂଳକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ସେମାନେ ଘରେ ଘରେ ପହଞ୍ଚି ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଆବଶ୍ୟକ ପୋଷଣ, ପୁଷ୍ଟିକର ଖାଦ୍ୟ ଓ ଉପଯୁକ୍ତ ଖାଦ୍ୟାଭ୍ୟାସ ସମ୍ପର୍କରେ ସଚେତନ କରିବେ।
କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲ୍ସର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଲୋପାମୁଦ୍ରା ଜେନା, ଭେଷଜ ବିଶେଷଜ୍ଞ ଡାକ୍ତର ମନୋଜ କୁମାର ଉପାଧ୍ୟାୟ, ଅର୍ଥୋପେଡିକ୍ ବିଶେଷଜ୍ଞ ଡାକ୍ତର ବରୁଣ କୁମାର ପଟେଲଙ୍କ ସମେତ ହସ୍ପିଟାଲ୍ସର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.