ବିଜେଡି ସବୁବେଳେ ସଂଖ୍ୟଲଘୁ ଭାଇ ଭଉଣୀଙ୍କ ସହ ରହିଛି ଓ ରହିବ : ନବୀନ ପଟନାୟକ

0 2
  • ଧର୍ମ ନିରପେକ୍ଷ ଆଦର୍ଶ ରେ ବିଜେଡି ଅଟଳ ରହିଛି ଓ ରହିବ.

  • ସେଥିପାଇଁ ୨୦୦୯ ରେ ବିଜେଡି ମେଣ୍ଟ ରୂ ଓହରି ଯାଇଥିଲା..

  • ସଂଖ୍ୟାଲଘୁଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେଡି ପ୍ରତିଶ୍ରୁତି ବଦ୍ଧ: ନବୀନ ପଟନାୟକ

ଭୁବନେଶ୍ୱର: ସଂଖ୍ୟାଲଘୁ ସମ୍ପ୍ରଦାୟ ର ଭାଇ ଭଉଣୀ ମାନେ ଆଜି ଅପରାହ୍ନ ରେ ନବୀନ ନିବାସ ରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟନାୟକ ଙ୍କୁ ଭେଟି ୱାକଫ bill ସମ୍ପର୍କରେ ଆଲୋଚନା କରିଥିଲେ.
ଶ୍ରୀ ପଟନାୟକ ସମସ୍ତଙ୍କ କଥା ଶୁଣିଥିଲେ ଏବଂ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ସଂଖ୍ୟାଲଘୁ ଭାଇ ଭଉଣୀ ମାନଙ୍କ ସାଥିରେ ରହିଛି ଏବଂ ରହିଥିବ. ସେମାନଙ୍କ ଉନ୍ନତି ପାଇଁ ବିଜେଡି ସରକାର ଅନେକ କାମ କରିଛି. ଧର୍ମ ନିରପେକ୍ଷ ଆଦର୍ଶ ରେ ବିଜେଡି ଅଟଳ ରହିଛି.ଏହି ଆଦର୍ଶ ପାଇଁ ୨୦୦୯ ରେ ବିଜେଡି ମେଣ୍ଟ ରୂ ବାହାରି ଯାଇଥିଲା. ତେଣୁ ସଂଖ୍ୟଲଘୁ ମାନଙ୍କ ସ୍ୱାର୍ଥ ପାଇଁ ବିଜେଡି ତାର ଲଢେଇ ଜାରି ରଖିବ.ବିଜୁ ବାବୁ ସଂଖ୍ୟାଲଘୁ ମାନଙ୍କ ସହ ଥିଲେ,ମୂଁ ମଧ୍ୟ ରହିଛି

ଏହି ସାକ୍ଷାତ ସମୟ ରେ ସାଂସଦ ମୁନ୍ନା ଖାଁ,ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ଶ୍ରୀ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ.

Leave A Reply

Your email address will not be published.