ରଙ୍ଗ ରାଗର ବାର୍ଷିକ ଉତ୍ସବ ଅନୁଷ୍ଠିତ।

0 2

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ରଙ୍ଗ ରାଗ ସାହିତ୍ୟ ପରିଷଦ ର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ କବିତା ପାଠ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ରେ ସଭାପତି ଅଜୟ କୁମାର ନାୟକ ଙ୍କ ସଭାପତିତ୍ବ ରେ ଅତିଥି ଭାବେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଚିତ୍ତ ରଞ୍ଜନ ନାୟକ ଯୋଗ ଦେଇଥିଲେ।ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତି ଙ୍କ ସଂଯୋଜନା ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ବହୁ କବି ଯୋଗ ଦେଇ କବିତା ପାଠ କରିଥିଲେ। ରଙ୍ଗ ରାଗ ସମ୍ମାନ ରେ ବିଭିନ୍ନ କ୍ଷେତ୍ର ରେ ବାର ଜଣ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Leave A Reply

Your email address will not be published.