ଖପ୍ରାଖୋଲ – ୫/୪ (ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତର ଅତିରିକ୍ତ ରାଜସ୍ବ ନିରୀକ୍ଷକ ବିଶ୍ୱଜିତ ସାହୁଙ୍କୁ ଭରୁଆମୁଣ୍ଡା ଗ୍ରାମର ଜିତୁ କୁମାର ବେହେରା ମାଡ ମାରି ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗୁରୁବାର ବିଶ୍ୱଜିତ ସାହୁ ଏକ ପ୍ରାଇଭେଟ ଷ୍ଟାଫ ସହ ଭରୁଆମୁଣ୍ଡା ଗ୍ରାମକୁ ମ୍ୟୁଟେସନ କେସ ପାଇଁ ଯାଇଥିଲେ । ସେହି ସମୟରେ ଭରୁଆମୁଣ୍ଡା ଗ୍ରାମର ରାମ ବେହେରା ବେଆଇନ ଭାବେ ଏକ ଟ୍ରାକ୍ଟର ଯୋଗେ ମାଟି ତିଆରି ଇଟା ଆଣୁଥିବା ଦେଖି ପଚରାଉଚରା କରୁଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କ ପୁଅ ଜିତୁ ବେହେରା ଉଭୟ ବିଶ୍ୱଜିତ ଏବଂ ସାଙ୍ଗରେ ଥିବା ପ୍ରାଇଭେଟ ଷ୍ଟାଫଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ଉଭୟଙ୍କୁ ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନାକୁ ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ବିଶ୍ୱଜିତ ଲାଠୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଲାଠୋର ପୁଲିସ୍ ଅଭିଯୁକ୍ତ ଜିତୁ ବେହେରାକୁ ଗିରଫ କରିଥିଲା । ଏନେଇ କେସ ନଂ ୬୨/୨୦୨୫ ରେ ଏକ ମାମଲା ଋଜୁ କରି ଅଭିଯୁକ୍ତ କୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣାର ଅଧିକ ତଦନ୍ତ କରୁଥିବା ଲାଠୋର ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.