ପଶ୍ଚିମ ସଂଭାଗ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ର ପ୍ରସ୍ତୁତି ବୈଠକ ।

0 2

ପଦ୍ମପୁର:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆସନ୍ତା ୩୦ ଏପ୍ରିଲ ରୁ ମଇ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୧୦ ଦିନିଆ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପଶ୍ଚିମ ସଂଭାଗ ସଂଯୋଜକ ତଥା ପ୍ରାନ୍ତ ଶିକ୍ଷା ପରିଷଦର ସହ ପ୍ରମୁଖ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ଯୋଗଦେଇ ବ୍ୟବସ୍ଥା ଦୃଷ୍ଟିରୁ କିପରି ପ୍ରଶିକ୍ଷଣ କୁ ସୁଚାରୁରୂପେ ସଫଳ କରାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ବରଗଡ଼ ବିଭାଗ ନିରୀକ୍ଷକ ତଥା ପଶ୍ଚିମ ସଂଭାଗ ସହ- ସଂଯୋଜକ ଶ୍ରୀଯୁକ୍ତ ଗୁପ୍ତେଶ୍ୱର ଥନାପତି ମାର୍ଗ ଦର୍ଶନ କରିଥିଲେ।ଏହି ପ୍ରଶିକ୍ଷଣ ରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ ଏହିପରି ୫ଟି ଜିଲ୍ଲା ରୁ ପ୍ରାୟ ୨୫୦ ରୁ ୩୦୦ ଜଣ ଶିକ୍ଷାର୍ଥୀ ସମେତ ୫୦ ଜଣ ପ୍ରଶିକ୍ଷକ ଯୋଗଦେବାର ସ୍ଥିରିକୃତ ହୋଇଥିଲା। ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକ ରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ସମସ୍ତ ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.