ଡମନିମାଲ ଗାଁ ପାନୀୟ ଜଳ ସମସ୍ୟା, ଖୋଲା କୂଅରୁ ପାଣି ସଂଗ୍ରହ କରୁଛନ୍ତି ମହିଳା,

0 2

ଚାରିମାସ ହେଲା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବନ୍ଦ

ଖପ୍ରାଖୋଲ ୫/୪(ହେମସାଗର ସାହୁ) ସରକାର ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହର ଘର ଜଳ ର ସ୍ଲୋଗାନ ଦେଉଛନ୍ତି। ହେଲେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହରାପଦର ପଞ୍ଚାୟତ ଡ଼ମନିମାଲ ଗାଁ ରେ ଦେଖାଦେଇଛି ପାନୀୟ ଜଳ ଉତ୍କଟ ସମସ୍ୟା। ଗାଁ ର ଜନସଂଖ୍ୟା ପ୍ରାୟ ୬ ଶହ ହୋଇଥିବା ବେଳେ ଗାଁ ରେ ରହିଛି ଚାରି ଟି ନଳକୂଅ। ଖରାଦିନ ଯୋଗୁଁ ନଳକୂଅ ରୁ ଠିକ୍ ରେ ପାଣି ବାହାରୁ ନାହିଁ। ଗାଁରେ ୫ ବର୍ଷ ଧରି ଚାଲିଥିବା ସୋଲାର ଜଳ ଯୋଗାଣ ପ୍ରକଳ୍ପ ୪ମାସ ହେଲା ଅଚଳ ହୋଇପଡିଛି। ମରାମତି ପାଇଁ ପ୍ରଶାସନ କୁ ଗ୍ରାମବାସୀ ଅନେକ ଥର ଜଣାଇଥିଲେ ବି ପାନୀୟ ଜଳ ଯୋଗାଣ ବିଭାଗ ନିଦା ବିଷ୍ଣୁ ପାଲଟିଛି। ଯାହାଫଳରେ ମହିଳା ମାନେ ପାନୀୟ ଜଳ ପାଇଁ ଖୋଲା କୂଅ ଉପରେ ଭରଷା କରୁଥିବା ଦେଖାଯାଇଛି। ସେହି ପରି ଗାଁ ରେ ପାନୀୟ ଜଳ ର ସ୍ଥାୟୀ ସମାଧାନ ପାଇଁ ଦୁଇବର୍ଷ ହେଲେ ଚାଲିଥିବା ଓଭର ହେଡ଼ ଟ୍ୟାଙ୍କ ଓ ପାଇପ ଲାଇନ୍ କାମ ମନ୍ଥର ଗତିରେ ଚାଲିଥିବାରୁ ବିଶୁଦ୍ଧ ପାନୀୟ ଜଳ ପାଇବାର ଆଶା ଗ୍ରାମବାସୀଙ୍କ ମଉଳି ଯାଉଛି।

ତୁରନ୍ତ ସୋଲାର ପ୍ରକଳ୍ପ ମରାମତି ସହ ଓଭର ହ୍ୟାଡ ଟ୍ୟାଙ୍କ ରୁ ପାନୀୟ ଜଳ ଯୋଗାଣ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। ଏନେଇ ପାନୀୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଶ୍ୟାମ କୁମାର ଙ୍କୁ ପଚାରିବାରୁ ଆସନ୍ତାକାଲି ସୋଲାର ପ୍ରକଳ୍ପ ମରାମତି କରାଯିବ ବୋଲି କହିବା ସହିତ ଓଭର ହ୍ୟାଡ଼ ପ୍ରକଳ୍ପ ଶେଷ ପାଇଁ ଠିକାଦାର କୁ ତାଗିଦ୍ କରାଯିବ ବୋଲି କହିଛନ୍ତି।

Leave A Reply

Your email address will not be published.