ଖପ୍ରାଖୋଲ: (ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ପର୍ଲିମାଲ ରେ ଏକ ଚାଷୀ ଙ୍କ ମୋଟର ଚୋରି ହେଇଥିବା ଜଣା ପଡ଼ିଛି । ସୂଚନା ଯୋଗ୍ୟ ଯେ , ଆଲୋକ ପାଣିଗ୍ରାହୀ ଙ୍କ ପର୍ଲିମାଲ ରେ ଏକ ବଗିଚା ଅଛି ଓ ସେଠୀ ସେ କଦଳୀ , କଖାରୁ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରିଛନ୍ତି । ଏହି ସବୁ ଚାଷ ରେ ପାଣି ମଡେଇବା ପାଇଁ ନିଜସ୍ବ ଖର୍ଚ୍ଚ ରେ ଏକ ବୋରେୱେଲ ଖନନ କରିଥିଲେ ଏବଂ ସେଠୀ ଏକ ୧.୫ ଏଚ.ପି ର ଏକ ମୋଟର ଲଗାଇଥିଲେ । କିନ୍ତୁ ଗତ କାଲି ରାତି ରେ କିଛି ଦୁର୍ବୃତ ଆସି ସେଠିକାର ମୋଟର , ମୋଟର ତାର , ପେନାଲ ବୋର୍ଡ ଆଦି ଚୋରି କରି ନେଇଛନ୍ତି । ଶ୍ରୀ ପାଣିଗ୍ରାହୀ ଙ୍କ କହିବା ଅନୁଯାୟୀ , ସେ ବହୁତ କଷ୍ଟ ରେ ବୋର୍ ଖନନ କରିଥିଲେ , ଏବଂ ନୂତନ ମୋଟର କିଣିବା ଏବେ ତାଙ୍କ ପକ୍ଷେ ସମ୍ଭବ ନୁହଁ, କିନ୍ତୁ ଗଛ ରେ ପାଣି ନ ଦେଲେ ସମସ୍ତ ଗଛ ମରିଯିବ ଓ ତାଙ୍କ ଏତେ ଦିନର ପରିଶ୍ରମ ବୃଥା ହେଇଯିବ ବୋଲି ଜଣାଇଛନ୍ତି । ସେ ଜଣେ ସାମ୍ବାଦିକ ମଧ୍ୟ ତାଙ୍କ ସାମ୍ବାଦିକ କାମ ସହିତ ଚାଷ କାମରେ ନିଜକୁ ନିୟୋଜିତ କରୁଥିଲେ,ଏହା ଉପରେ ସେ ବିହିତ ପଦକ୍ଷେପ ନେବା ପାଇଁ ବେଲପଡ଼ା ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ଘଟଣା କୁ ଗୁରୁତର ସହ ନେଇ ଅଭିଯୁକ୍ତ କୁ ଧରିବାକୁ ଅନୁରୋଧ କରିଛନ୍ତି, ଏ ବିଷୟରେ ଦରକାର ହେଲେ ଜିଲ୍ଲା ଆରକ୍ଷୀ ଅଧିକାରୀ ମଧ୍ୟ ସାକ୍ଷାତ କରିବେ ବୋଲି କହିଛନ୍ତି. ସାମ୍ବାଦିକ ଜୀବନ ପରେ ଚାଷୀ ହିସାବରେ ପାଣି ମୋଟର ର କେତେ ଗୁରୁତ୍ୱ ତାହା ସେ ଜାଣି ପାରି ଆଗକୁ କୌଣସି ଚାଷୀ କ୍ଷେତ୍ରରେ ନ ଘଟୁ ତେଣୁ ଏହାର ପର୍ଦାଫାଶ ନିହାତି ଦରକାର ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି.
Sign in
Sign in
Recover your password.
A password will be e-mailed to you.