ସେବକ ପ୍ରଶିକ୍ଷଣ ଶିବିର ଆରମ୍ଭ; ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ ୧୦ଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

0 2

ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ଆଜିଠାରୁ ଦୁଇଦିନିଆ ସେବକ ପ୍ରଶିକ୍ଷଣ ଶିବିର ତଥା ଆଲୋଚନାଚକ୍ର ନୀଳାଦ୍ରି ଭକ୍ତନିବାସ ଠାରେ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢ଼ୀ,ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଙ୍କ ଉପସ୍ଥିତିରେ ଏହି ଆଲୋଚନାଚକ୍ର ଉଦଘାଟନ ହୋଇଥିଲା। ଏହି ଅବସରରେ ନିଜ ବକ୍ତବ୍ଯ ରଖି ମୁଖ୍ଯ ପ୍ରଶାସକ ସମସ୍ତ ସେବକମାନଙ୍କୁ ଏଭଳି କାର୍ଯ୍ୟକ୍ରମ ପାଇଁ ସହଯୋଗ ସକାଶେ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥି ସହ ଉତ୍ତମ ସେବକଙ୍କ ଲକ୍ଷଣ ଭାବେ ୧୦ଟି କଥା ଉପରେ ଗୁରୁତ୍ବାରୋପ କରିଥିଲେ ମୁଖ୍ଯ ପ୍ରଶାସକ। ସେଗୁଡିକ ହେଲା- ସମର୍ପଣ, ପବିତ୍ରତା, ଶୃଙ୍ଖଳା, ଜ୍ଞାନ, ଉତ୍ତରଦାୟିତ୍ଵ, ଦଳଗତ ମନୋଭାବ, ଅନ୍ୟଙ୍କୁ ସମ୍ମାନ, ନିସ୍ବାର୍ଥପରତା, ଧୈର୍ଯ୍ଯ ଏବଂ କୃତଜ୍ଞତା । ଏହି ପ୍ରଶିକ୍ଷଣ ତଥା ଆଲୋଚନାଚକ୍ର ପ୍ରତ୍ୟହ ଅପରାହ୍ନ ୪ଟା ଠାରୁ ସନ୍ଧ୍ୟା 7 ଘଟିକା ଯାଏଁ ଚାଲିବ। ଏଥିରେ ବିଭିନ୍ନ ବିଷୟ ଉପରେ ଆଲୋଚନା ତଥା ଭାବବିନିମୟ ହେବ । ପ୍ରଥମ ଦିନର ବିଷୟ ଉତ୍ତମ ସେବକର ଲକ୍ଷଣ,ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତିକାନ୍ତି ଓ ସେବା ଓ ସେବକ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଆସନ୍ତାକାଲି ଶୃଙ୍ଖଳିତ ଦର୍ଶନରେ ସେବକଙ୍କ ଭୂମିକା, ଉତ୍ତମ ଯାତ୍ରୀ ପରିଚର୍ୟା ଓ ପ୍ରଶାସନ ଓ ସେବକଙ୍କ ମଧ୍ଯରେ ସମନ୍ଵୟ ଉପରେ ପ୍ରଶିକ୍ଷଣ ଦିଆଯିବ ।

Leave A Reply

Your email address will not be published.