ସିଦ୍ଧେଶ୍ଵର ସାହିତ୍ୟ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବ।

0

ବାସୁଦେବପୁର: ବାସୁଦେବପୁର ବ୍ଲକ ଅନ୍ତର୍ଗତ ଗୁଆଗଢିଆ ଗ୍ରାମପଞ୍ଚାୟତ ସଭାଗୃହରେ ଓଡ଼ିଶା ଦିବସ ଉପଲକ୍ଷେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ସାହିତ୍ୟ ଓ ସଂସ୍କୃତି ପରିଷଦର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପରିଷଦର ସଭାପତି ସୁଦର୍ଶନ ଅଗସ୍ତି ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଅଶୋକ କୁମାର ଦାସ ମୁଖ୍ୟ ବକ୍ତା ଭାବରେ ସୁଧାଂଶୁ ଶେଖର ମିଶ୍ର ବରେଣ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଉମାକାନ୍ତ ମଳିକ ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଭାଷାର ଅସ୍ମିତା ଓ ଏହାର ବରପୁତ୍ର ମାନଙ୍କୁ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସ୍ମୃତି ସ୍ୱାକ୍ଷର ସମ୍ମାନରେ ଡ଼ ସୋମା ଚାନ୍ଦ,ଶିକ୍ଷାବିତ୍ ସୋମନାଥ ନାୟକ,କବି କୈଳାସ ଚନ୍ଦ୍ର ପାଢି ,ଶିଳ୍ପୀ ଅଜୟ କୁମାର ଦାସ ଓ ମେଧାବୀ ଛାତ୍ର ସାଇ ଭବାନୀ ଶଙ୍କର ପ୍ରଧାନ ଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ମନ୍ମଥ ଅଗସ୍ତିଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବ ରେ ଡ଼ ବସନ୍ତ କୁମାର ଦାସ,ଭାରତ ଚନ୍ଦ୍ର ଦାସ ଉପସ୍ଥିତ ରହି ଓଡ଼ିଆ ସାହିତ୍ୟରେ ଉତ୍କଳୀୟ ଚିନ୍ତା ଚେତନା ର ବାର୍ତ୍ତା ବାଣ୍ଟିଥିଲେ ।କବି ସଦାନନ୍ଦ ପାଣିଗ୍ରାହୀ ଓ କବି କୈଳାସ ଚନ୍ଦ୍ର ନାଥ ଙ୍କ ସଂଯୋଜନାରେ ବହୁ କବି ସ୍ୱରତିତ କବିତା ପାଠ କରିଥିଲେ।ପରିଷଦର ବାର୍ଷିକ ମୁଖପାତ୍ର ସ୍ମୃତି ସ୍ୱାକ୍ଷର ସହିତ ସୁଦର୍ଶନ ଆଗସ୍ତିଙ୍କ ଆସ ଆମେ ସୁଧୁରି ଯିବା ଓ ଧନଞ୍ଜୟ ମହାକୁଡ ଙ୍କ ଛାତିରେ କୋହ ଆଖିରେ ଲୁହ କବିତା ସଙ୍କଳନ ପାଠ ହୋଇଥିଲା।ପରିଷଦର ସଂପାଦକ ଶଶାଙ୍କ ଶେଖର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କବି ବିକାଶ କୁମାର ଶତପଥୀ ସଞ୍ଚାଳନ କରିଥିଲେ ଓ ସଞ୍ଜୟ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.