ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସହନ ପ୍ରକ୍ଲପ ଊ ପ୍ରା,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୁଣନିଧି ପଟ୍ଟନାୟକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇ ଜାଇ ଅଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକ ର ଅବସରପ୍ରାପ୍ତ ଶିକ୍ଷାଧିକାରୀ ଶ୍ରୀ ଶାନ୍ତନୁ କୁମାର ପରିଡ଼ା,ବଳଭଦ୍ରପୁର୍ କ୍ଳଷ୍ଟର କୋଡି ନେଟର ଯଶୋବନ୍ତ ବେହେରା ପ୍ରମୁଖ ପ୍ରଦୀପ ପ୍ରଯୋଳନ ପୂର୍ବକ ଉତ୍ସବ କୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନା ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ, ବେଳାଭୂମି ହାଇ ସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ କୁମାର ପାଳ,ସରପଞ୍ଚ କ୍ଷୀରୋଦ କାଣ୍ଡି,ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳ୍ପନା ବେହେରା,ଶିକ୍ଷକ ଧୀରେନ୍ଦ୍ର ପ୍ରଧାନ,ବିପିନ କୁମାର ମହାନ୍ତି,ସୁରେନ୍ଦ୍ର ସ୍ବାଇଁ,ଧୀରେନ୍ଦ୍ର ଦାସ,ଅମରେଶ୍ୱର୍ କାଣ୍ଡି,ସୋମ୍ୟରଞ୍ଜନ ବିଶ୍ଵାଳ ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ, ପ୍ରମୁଖ ଭାଷଣ ଦେଇ ଗୁଣ ସାର୍ ଙ୍କ ଶିକ୍ଷାଦାନ,ସମାଜସେବା,
ଚାତ୍ର ବତ୍ସଳ ଓ ଲୋକ ପ୍ରୀୟତା ଉପରେ ଆଲୋକପାତ କରିବା ସହ,ଏହି ସହନ ବିଦ୍ୟାଳୟ ରେ ୧୯ ବର୍ଷ ଚାକିରି ଭିତରେ ସେ ଯେପରି ଭାବେ ଶିକ୍ଷାଦାନ କରି ଗ୍ରାମ ବାସୀଙ୍କର ପ୍ରିୟ ଭାଜନ ହୋଇ ପାରି ଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଗ୍ରାମବାସୀ,ପୁରାତନ ଓ ବର୍ତ୍ତମାନ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଅସ୍ତରଙ୍ଗ ବ୍ଲକ ଶିକ୍ଷକ ସଂଘ,ବିଭିନ୍ନ ଅନୁଷ୍ଠାନ ତରଫରୁ ଗୁଣ ସାର ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଏକ ବିଶାଳ ପଟୁଆର ରେ ସାର ଙ୍କୁ ପାଛୋଟି ନିଆ ଜାଇ ସହନ ଗ୍ରାମ ପରିକ୍ରମା କରି ତାଙ୍କ ବାସଭବନ ପର୍ଯ୍ୟନ୍ତ ନିଆ ଜାଇ ଥିଲା । ଏହି ସବୁ କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ସଞ୍ଜୟ ପଢ଼ିଆରୀ,ଦୁର୍ଯୋଧନ ବେହେରା, ଦିଲ୍ଲୀପ ସ୍ବାଇଁ,ସମ୍ପଦ ନାୟକ,ପ୍ରମୁଖ
ପରିଚାଳନା କରିଥିବା ବେଳେ,ସଂଯୋଜନା କରିଥିଲେ ସୋଭକର ବେହେରା ।
Sign in
Sign in
Recover your password.
A password will be e-mailed to you.