ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ଶୈବ ମହାଯଜ୍ଞ

0

ବାଲୁଗାଁ:(ସେକ କୌସର):ଚିଲିକା ବ୍ଲକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ସୁବୁଦ୍ଧିପାଟଣା ସ୍ଥିତ ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ଶୈବ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ଚାରି ଦିନ ବ୍ୟାପି ଶୈବ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅଧିବାସରେ ଅଙ୍କୁରାରୋପଣ କରାଯାଇଥିଲା।ସୋମବାର ଦିନ କଳସଯାତ୍ରା ସହ ଯଜ୍ଞ ଶାଲା ପ୍ରଵେଶ କରାଯାଇ ସୂର୍ଯ୍ୟ ପୂଜା,ଶାଲା ପୂଜା ପରେ ଯଜ୍ଞ ଆରମ୍ଭ ହୋଇଥିଲା।ମଙ୍ଗଳବାର ପ୍ରାତଃ କାଳରୁ ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ୱାରା ସୂର୍ଯ୍ୟ ପୂଜା,ଶାଲା ପୂଜା ସହ ଯଜ୍ଞ ଆହୁତି ହୋଇ ବୁଧବାର ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଯାଇଛି।ସମ୍ପୃକ୍ତି ଅଞ୍ଚଳର ଆରାଧ୍ୟ ଠାକୁର ତଥା ଅକର୍ମ କର୍ମ ଦାୟକ ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ସୁବୁଦ୍ଧିପାଟଣା ଗ୍ରାମବାସୀଙ୍କ ସହଯୋଗରେ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏବଂ ଦାତାଙ୍କ ସହାୟତାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ବିଶ୍ୱଶାନ୍ତି କଲ୍ୟାଣ ନିମନ୍ତେ ତ୍ରିଦିନାତ୍ମକ ଶୈବ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ପ୍ରତି ଦିନ ନୀତିକାନ୍ତି ଅନୁଯାୟୀ ଯଜ୍ଞ ହେଉଥିବା ବେଳେ ନାନାଦି ବ୍ୟଞ୍ଜନ ପ୍ରସାଦ ଲାଗି ପରେ ସମସ୍ତ ରୀତିନୀତି ସମ୍ପର୍ଣ୍ଣ ସହ ପୂଜା ବିଧି ସାରି ଯଜ୍ଞ ସମାପନ କରାଯାଇଥିଲା।ଭକ୍ତଙ୍କ ନିମିତ୍ତ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି,କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Leave A Reply

Your email address will not be published.