ଗୋଷ୍ଠୀସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ୨୦୨୫

0

ଟିଟିଲାଗଡ଼:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ)ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଗୋଷ୍ଠୀ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ପରାସରା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଇଚଗାଁ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୌଦଣ୍ଡଧର ଭୋଇ, ଆବାହକ ଭାବରେ ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅଭିରାମ ମାଝୀ, ସମ୍ମାନିତ ଅତିଥି ଭାବରେ ସିଆରସିସି ଶ୍ରୀଯୁକ୍ତ ସୁଶାନ୍ତ ରଥ, ପରାସରା ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ତୁଳସୀ ବଛା ଯୋଗଦାନ ଦେଇଥିଲେ | ଏତଦ ବ୍ୟତୀତ ଆଙ୍ଗନବାଡ଼ି କର୍ମୀ, ଏସ.ଏଚ. ଜି ସଦସ୍ୟା, ଅଭିଭାବକ ଏବଂ ଗ୍ରାମବାସୀବୃନ୍ଦ ଉପସ୍ଥିତ ରହିଥିଲେ |

ନୂତନ ଶିକ୍ଷାନୀତି ଅନୁସାରେ ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା, ଡ୍ରପଆଉଟ ଶିଶୁମାନଙ୍କୁ ମୁଖ୍ୟସ୍ରୋତରେ ଆଣିବାକୁ ଆହ୍ୱାନ ଦେବା ସାଙ୍ଗେ  ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଦାନ ପୂର୍ବକ ଶିଶୁମାନଙ୍କ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା | ଅତିଥିବୃନ୍ଦ ଶିଶୁମାନଙ୍କୁ ଶିଶୁ ବାଟିକା କିଟ୍ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ପରାସରା ସିଆରସିସି ଶ୍ରୀଯୁକ୍ତ ଲିଙ୍ଗରାଜ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ , ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭ୍ରକେଶୀ ରଣା, ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ତୁଳସିରାମ ବାଗ ସହଯୋଗ କରିଥିଲେ | ସହକାରୀ ଶିକ୍ଷୟିତ୍ରୀ ବନ୍ଦିତା ଖମାରି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ |

Leave A Reply

Your email address will not be published.