ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବାର୍ଷିକ ସଭା

0

ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ଶିକ୍ଷକ ଭବନ ପରିସରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀଯୁକ୍ତ ବାସୁଦେବ ପଧାନ ଙ୍କ ସଭାପତିତ୍ୱରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ସଂଘର ସହ ସମ୍ପାଦକ ଶଶିଭୂଷଣ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ |ସମ୍ପାଦକ ସୌମ୍ୟ ରଞ୍ଜନ ପଧାନ ବାର୍ଷିକ ବିବରଣୀ ପଠନ କରିଥିଲେ ଏବଂ କୋଷାଧକ୍ଷ ପ୍ରେମରାଜ ପଧାନ ଖର୍ଚ ହିସାବ ଦେଇଥିଲେ |ଚଳିତ ବର୍ଷ ର ଶିକ୍ଷକ ଶିକ୍ଷାର୍ଥୀ ଓ ଶିକ୍ଷାୟତନ ର ସର୍ବାଙ୍ଗୀନ ବିକାଶ ଓ ସମ୍ପ୍ରତି ଶିକ୍ଷ୍ୟା ବ୍ୟବସ୍ଥା ର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଶିକ୍ଷକ ମାନେ ନିଜର ମତ ପୋଷଣ କରିଥିଲେ। ପରେ ନୂତନ ପରିଚାଳନା କମିଟି ପୁନର୍ଗଠିତ ହୋଇଥିଲା। ଏଥିରେ ସଭାପତି -ସନ୍ତୋଷ ବାଗ, ଉପସଭାପତି- ସୁନନ୍ଦ ମିଶ୍ର, ସମ୍ପାଦକ – ସୌମ୍ୟ ରଞ୍ଜନ ପଧ।ନ, ସହ ସମ୍ପାଦକ – ରାଜେଶ ସାହୁ,କୋଷାଧକ୍ଷ- ଶଶିଭୂଷଣ ସାହୁ, ଶିକ୍ଷକ ପ୍ରତିନିଧି ବାସୁଦେବ ପଧାନ, ଅଚ୍ୟୁତାନନ୍ଦ ମାଝୀ, ଘନଶ୍ୟାମ ଦନସନା , ପ୍ରେମାରଜ୍ ପଧ।ନ,ପ୍ରଶାନ୍ତକୁମାର ପଣ୍ଡା, ବିଡ଼ିଓ ସାହୁ, ମାଧବ ଚନ୍ଦ୍ର ସାହୁ, ହୃଦମଣି ସାହୁ, ଦୂର୍ବ।ଦଲ ବଡଗୁଚିଆ, ସୀତାରାମ ଦୀପ, ଆର୍ତ୍ତତ୍ରାଣ ଚୌହାନ, ଶୈଳେନ୍ଦ୍ର ନାରାୟଣ ମିଶ୍ର, ଯଦୁମଣି ସୁନା ଏବଂ ଅଭିଷେକ ଦାଶ ସର୍ବ ସମ୍ମତି କ୍ରମେ ମନୋନୀତ ହେଲେ। ବିଜୟ କୁମାର ସାହୁ ଙ୍କ ସଂଯୋଜନାରେ ପରିଚାଳିତ ସଭାରେ ବରିଷ୍ଠ ଶିକ୍ଷକ ଭାଗବତ ସାହୁ ଏବଂ ସୁମନ୍ତ କୁମାର ଗଡ଼ତିଆ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ଶପଥ ପାଠ କରାଇଥିଲେ |ପରିଶେଷରେ ହୃଦମଣୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.