ରାଉରକେଲା,(ବସନ୍ତ କୁମାର ଜେନା): ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ଅନୁଷ୍ଠିତ ହୋଇଆସୁଥିବା ବସନ୍ତ ସମାରୋହର ଅନ୍ତିମ ଦିବସକୁ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ମ୍ୟୁଜିକ ସର୍କଲର କଳାକାରମାନେ ସ୍ବାଗତ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ପ୍ରଫେସର ଡ. ସମର ମୁଦାଲୀ ସଭାରେ ସଭାପତିତ୍ବ କରି ସ୍ବାଗତ ଅଭିଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠିତ ଉକ୍ତ ସଭାରେ ଅନୁଷ୍ଠାନର ଚେୟାରମେନ, ରାଉରକେଲାର ବିଧାୟକ ଶାରଦା ପ୍ରସାଦ ନାୟକ ଉଦ୍ ବୋଧନ ଦେଇ ଏ ଅନୁଷ୍ଠାନର ଜନ୍ମଦାତ୍ରୀ ଅଳକା ଚାନ୍ଦଙ୍କ ସ୍ବପ୍ନକୁ ସାକାର କରିବା ତଥା ଓଡ଼ିଆ ଅସ୍ମିତା, କଳା-ସଂସ୍କୃତିକୁ ଆଗକୁ ବଢ଼ାଇବା ପାଇଁ ଏ ଅନୁଷ୍ଠାନର ନବକଳେବର ଖୁବ ଶିଘ୍ର ରୂପ ନେବ ବୋଲି ଘୋଷଣା କରିଥିଲେ। ରଘୁନାଥ ପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ଜିନ୍ଦଲ ଷ୍ଟିଲ ଏବଂ ପାଓ୍ବାରର ସହକାରୀ ଉପସଭାପତି ଆର.ଏସ. ରଘୁବଂଶୀ, ମ୍ୟୁନିସପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ଏବଂ କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ ପ୍ରମୁଖ ବିଶିଷ୍ଟ ଅତିଥିଗଣ ମଞ୍ଚସୀନ ରହି ଦର୍ଶକ ମାନଙ୍କୁ ଉଦବୋଧନ ଦେଇ ମ୍ୟୁଜିକ ସର୍କଲର କଳା ସଂସ୍କୃତି ପ୍ରତି ଅବଦାନର ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ରାଉରକେଲାର କଳା-ସଂସ୍କୃତି ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଭଞ୍ଜ କଳାକେନ୍ଦ୍ର, ଏବଂ ଅନୀଲ ମଲ୍ଲିକଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଉରକେଲାର ପି.ସୌଜନ୍ୟ ଗୃପ୍ ଦ୍ବାରା ବିହୁ ନୃତ୍ୟ, ସାଇନୀ ସିଲ୍କୀ ଏବଂ ବର୍ଷାଙ୍କ ଅର୍ଦ୍ଧ ଶାସ୍ତ୍ରୀୟ ନୃତ୍ୟ , ସମ୍ବଲପୁର, ପଡ଼ିଆ ବାହାଲର ସ୍ବୟମ୍ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ସମ୍ବଲପୁରୀ ସଂଗୀତ ଏବଂ ନୃତ୍ୟ ପରିବେଷଣ ଏବଂ ଭୁବନେଶ୍ବରର ଉତ୍କଳ ପାଇକ ଆଖଡ଼ା ଗୃପ୍ ଦ୍ବାରା ଗୋଟିପୁଅ ନୃତ୍ୟ ପରିବେଷଣ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଅନୀଲ ମଲ୍ଲିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲାବେଳେ ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ସନ୍ତୋଷ ମଲ୍ଲିକ, ଉମାକାନ୍ତ ମଲ୍ଲିକ, ବିବେକାନନ୍ଦ ପଣ୍ଡା, ସ୍ନେହଲତା ନାୟକ, ଅନିନ୍ଦିତା ମାଇତି, ନିଖିଳେଶ୍ବର ଦାଶ, ଲକ୍ଷ୍ମଣ ନାଥ ଦାସ ପ୍ରମୁଖ କର୍ମକର୍ତ୍ତା ମାନେ ସହାୟତା କରିଥିବାବେଳେ, ସହରର ବହୁ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ଏମ ରାମପୁର ଓକିଲ ସଂଘ ନିର୍ବାଚନ , ସଭାପତି ଭାବେ ନିର୍ବାଚିତ ହେଲେ ଜୟ କୁମାର ସିଂହଦେଓ, ସଂପାଦକ ସପନ୍ ପଟ୍ଟନାୟକ
Next Post