ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ଓକିଲ ସଂଘ ର ନିର୍ବାଚନ ଶେଷ ହୋଇ ଫଳାଫଳ ଘୋଷଣା ହୋଇଛି । ଭବାନୀପାଟଣା ବାର ଏସୋସିଏସନ୍ ର ସଭାପତି ସୁଧାଂଶୁ ନନ୍ଦ ଓ ସଂପାଦକ ଅଶୋକ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି ସେହିଭଳି ଏମ ରାମପୁର ଓକିଲ ସଂଘ ର ନିର୍ବାଚନ ସରିଯାଇଛି। ସମ୍ପାଦକ, କୋଷାଧ୍ୟକ୍ଷ ଓ ଉପଦେଷ୍ଟା ମଣ୍ଡଳୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ସଂଘ ର ସଭା ପତି ଭାବେ ଜୟ କୁମାର ସିଂହ ଦେଓ ୩୮ ଖଣ୍ଡ ଭୋଟ ପାଇ ଅଷ୍ଟମ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମୋଟ ଭୋଟ ସଂଖ୍ୟା ୬୬ ଥିବା ବେଳେ ୬୨ ଖଣ୍ଡ ଭୋଟ ପୋଲିଂ ହୋଇଥିଲା । ଗୋଟିଏ ଭୋଟ ନାକଚ । ନିର୍ବାଚନ ଅଧିକାରୀ ପ୍ରସାନ୍ତ କୁମାର ପଣ୍ଡା ପରିଚାଳନା କରିଥିବାବେଳେ ପୋଲିଂ ଏଜେଣ୍ଟ ଭାବେ ନିଯୁକ୍ତି ହୋଇଥିଲେ ଆଶିଷ କୁମାର ମିଶ୍ର ଓ ରୁଦ୍ର ପ୍ରସାଦ ମହାନ୍ତି। ଉପସଭାପତି ଭାବେ ଜତିନ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ,ସମ୍ପାଦକ ସପନ କୁମାର ପଟ୍ଟନାୟକ,ସହସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଭାବରେ ଠାକୁର ଚରଣ ସାହୁ, କୋଷାଧ୍ୟକ୍ଷ ଭାବେ ଆଶିଷ କୁମାର ମିଶ୍ର, ପରିଚାଳନା କମିଟି ସଦସ୍ୟ ଭାବେ ବଜରଙ୍ଗ ଲାଲ ଅଗ୍ରୱାଲ, ବିରଞ୍ଚିନାରାୟଣ ସତପଥି, ପ୍ରଭାକର ନାଗ, ସତ୍ୟ ଜିତ ଚାଟାର୍ଜୀ,ଓ ପ୍ରଦୀପ କୁମାର ପ୍ରହରାଜ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post