ବାସୁଦେବପୁର -ବାସୁଦେବପୁର ବ୍ଳକ ଅନ୍ତର୍ଗତ ସୁଦର୍ଶନ ପୁର ପଞ୍ଚାୟତର ସହିଦ ବାଟିକା ରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଟିତ ହୋଇଯାଇଛି।ବାଇଚଢ଼େଇର ସମ୍ପାଦକ ବିକାଶ କୁମାର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ମୃତି ସାନ୍ତନାର ସମ୍ପାଦିକା ସବିତା ରାଣୀ ବେହେରା ବରେଣ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ସଦାନନ୍ଦ ପାଣିଗ୍ରାହୀ ଏବଂ ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ ଥିଲେ ।ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଁ ମାଟିର ପ୍ରତିଷ୍ଠାତା ସଞ୍ଜୟ କୁମାର ପଣ୍ଡା ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ନାଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଆଦର୍ଶ ମା ଭାବେ ମିନାକ୍ଷୀ ସୂତାର,ପାର୍ବତୀ ପଣ୍ଡା ଓ ଆରତୀ ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟର ବରିଷ୍ଠ ଗୁରୁଜୀ କେଶବ କର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର କରାଯାଇଥିଲା।ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.