ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆରୋଗ୍ୟ ପ୍ରାପ୍ତ କୁଷ୍ଠ ରୋଗୀଙ୍କ ପୁନର୍ବାସ ଯୋଜନା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଗଜପତି ଦ୍ବାରା ଜିଲ୍ଲା ସ୍ତରୀୟ ଆରୋଗ୍ୟ ପ୍ରାପ୍ତ କୁଷ୍ଠରୋଗୀଙ୍କ ପୁନର୍ବାସ ନିମନ୍ତେ ଥିବା ବିଭିନ୍ନ ଯୋଜନା ଗୁଡିକର ର ଏକ ସଚେତନତା କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେଇଯାଇଛି।
ଉକ୍ତ କର୍ମଶାଳାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଶଙ୍କର କେରକେଟା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ , ଗଜପତି , ଡଃ.ମହମ୍ମଦ ମୁବାରକ ଅଲ୍ଲୀ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ , ଗଜପତି , ଶ୍ରୀ ରବି ନାରାୟଣ ଦାସ , ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ , ଗଜପତି , ଡଃ.ଇନ୍ଦିରା କୁମାରୀ ମହାପାତ୍ର , ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (କୁଷ୍ଠରୋଗ) , ଗଜପତି , ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ।
ଉକ୍ତ କାର୍ଯକ୍ରମରେ କୁଷ୍ଠରୋଗୀଙ୍କ ନିମନ୍ତେ ଏକ ଆଲୋଚନା ଚକ୍ର ହୋଇଥିଲା ଯେଉଁଥିରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ କୁଷ୍ଠରୋଗର ଚିହ୍ନଟ , ଲକ୍ଷଣ , ଚିକିତ୍ସା ଓ ନିରାକରଣ ସମ୍ବନ୍ଧରେ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଆରୋଗ୍ୟପ୍ରାପ୍ତ କୁଷ୍ଠରୋଗୀଙ୍କ ନିମନ୍ତେ ଥିବା ପୁନର୍ବାସ ଯୋଜନା ଗୁଡିକୁ ପିପିଟି ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା।
ଏହି କାର୍ଯକ୍ରମରେ ସମସ୍ତ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ , ନୋଡାଲ କୁଷ୍ଠରୋଗ କର୍ମଚାରୀ , ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତା , ଆଶା କର୍ମଚାରୀ ଏବଂ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ। ପରବର୍ତୀ ସମୟରେ ଏହି କାର୍ଯକ୍ରମ ବିଭିନ୍ନ ବ୍ଲକରେ ମଧ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Leave A Reply

Your email address will not be published.