ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁରର ବାର ଆସୋସିଏସନ ଓକିଲ ସଂଘର ନିର୍ବାଚନ, ଅନୁଷ୍ଠିତ ହୋଇଛି,ପ୍ରତେକ ବର୍ଷ ପରି ଏହି ନିର୍ବାଚନ ସମୟ କୁ ଅପେକ୍ଷା କରିଥାନ୍ତି ,ଆଉ ଉଚିତ ପାର୍ଥୀ ଚୟନ କରିଥାନ୍ତି ଏହି ସମୟକୁ, ଏଥର ନିର୍ବାଚନ ପାର୍ଥୀ ଚୟନ କରିବାର ମୁଖ୍ୟ ଉଦେଶ୍ୟ ରଖିଛନ୍ତି ଯେ ଆଇନଜୀବୀ ମାନଙ୍କର ସ୍ୱାସ୍ଥ ବୀମା ଆଉ ବାସୁଦେବ ପୁର ରେ ଅତିରିକ୍ତ ଜିଲ୍ଲାଜଜ୍ କୋର୍ଟ ଖୋଲିବା କୁ ଆଶା ରଖି ପାର୍ଥୀ ଚୟନ କରିଛନ୍ତି, ବାସୁଦେବ ପୁର ବାର ଆସୋସିଏସନ୍ ସଭାପତି ଭାବେ ନିର୍ବାଚିତ ହେଲେ ଶ୍ରୀଯୁକ୍ତ ସହେଦେବ ଦାଶ, ଉପ ସଭାପତି ଭାବେ ନିର୍ବାଚିତ ହେଲେ ଶ୍ରୀଯୁକ୍ତ ସଜିତ୍ କୁମାର ଦାସ,ସମ୍ପାଦକ ଭାବରେ ନିର୍ବାଚିତ ହେଲେ ଶ୍ରୀଯୁକ୍ତ କୃପାସିନ୍ଧୁ ଜେନା, ସହ ସମ୍ପାଦକ ଭାବରେ ନିର୍ବାଚିତ ହେଲେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଶ୍ବାଳ, କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଶ୍ରୀଯୁକ୍ତ ବିଜୟ କୁମାର ରାୟ, ସଭ୍ୟ ଭାବେ ନିର୍ବାଚିତ ହେଲେ ଶ୍ରୀଯୁକ୍ତ ଅରୁଣ କୁମାର ମହାପାତ୍ର, ଶ୍ରୀଯୁକ୍ତ କରୁଣାକର ମଣ୍ଡଳ ,ଭାରତୀ ସୁତାର, ।ନିର୍ବାଚନ ପରିଚାଳନା କରିଥିଲେ ନିର୍ବାଚନଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି, ସହ ନିର୍ବାଚନ ଅଧିକାର ଶ୍ରୀଯୁକ୍ତ ଲକ୍ଷ୍ମୀବ୍ରତ ମଲ୍ଲିକ, ମୋଟ 88ଜଣ ସଦସ୍ୟ ମଧ୍ୟରୁ 81ଜଣ ମତଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.