ପାଇକମାଳ ହାଇସ୍କୁଲ ରେ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ।

2

ପାଇକମାଳ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ବାର୍ଷିକ ପରୀକ୍ଷା ଫଳ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଘୋଷିତ ହୋଇ ଯାଇଛି। ଉନ୍ନୟନ କମିଟି ,ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତି ରେ ବାର୍ଷିକ ପରୀକ୍ଷା ଫଳ ଘୋଷଣା କରାଯାଇଥିଲା।ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଫଳାଫଳ ଓ ସହ ପାଠ୍ୟକ୍ରିୟା କଳାପ ରେ ଛାତ୍ରଛାତ୍ରୀ ଙ୍କ କୃତିତ୍ୱ ର ବିବରଣୀ ପ୍ରଦାନ କରିଥିଲେ।କମିଟି ସଦସ୍ୟ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, କୁସୁମ କୁମାର ରାଓ ଏବଂ ଟାଇଲ ଚନ୍ଦ୍ର ଭୋଇ ସଭା ରେ ମଞ୍ଚାସୀନ ଥିଲେ।ନବମ ଶ୍ରେଣୀର ପରୀକ୍ଷା ଦେଇଥିବା ୧୦୧ ଜଣ ଛାତ୍ରଛାତ୍ରୀ ସମସ୍ତଙ୍କୁ ଉତ୍ତୀର୍ଣ୍ଣ ଘୋଷଣା କରାଯାଇଥିଲା। ସ୍ୱସ୍ତିକ ରଞ୍ଜନ ଭୋଇ, ଖିଲେଶ୍ ବାରିକ ଓ ସୌମ୍ୟ ରଞ୍ଜନ ସାହୁ ଙ୍କୁ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ପାଇଁ ମଞ୍ଚରେ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।ମିଳିତ ଭାବେ ଦଶମ ଶ୍ରେଣୀ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଗଲା। ବାର୍ଷିକ ପ୍ରଗତି ପତ୍ର ପ୍ରଦାନ ସହ ପରୀକ୍ଷା ଖାତା ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥିରେ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.