ଭଞ୍ଜନଗର ରେ “ଶ୍ରୀଶ୍ରୀଶ୍ରୀ ରଘୁନାଥ ସ୍ଵାମୀ ହନୁମାନ ଜୟନ୍ତୀ ସ୍ଵେଚ୍ଛାସେବୀ ସଂଘ” ଗଠନ

2


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ପବିତ୍ର ଲୋହରାଖଣ୍ଡି ନଦୀ ପାଖରେ ଥିବା ଶ୍ରୀଶ୍ରୀଶ୍ରୀ ରଘୁନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ଆଜି ମାର୍ଚ୍ଚ ମାସ ଶନିବାର ୨୯ ତାରିଖ ୨୦୨୫ ଦିନ ଜୟଶ୍ରୀ ହନୁମାନ ସ୍ଵେଚ୍ଛାସେବୀ ସଂଘ ଭଞ୍ଜନଗର ଏବଂ ହନୁମାନ ଜୟନ୍ତୀ ମହୋତ୍ସବ କମିଟି ଭଞ୍ଜନଗର ମିଳିତ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଭୟ ପକ୍ଷର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଉକ୍ତ ବୈଠକରେ ସ୍ଥାନୀୟ ନଗରପାଳ ଶ୍ରୀମାନ ଗୋପବନ୍ଧୁ ମହାପାତ୍ର ଓ ଉକ୍ତ ମନ୍ଦିର ଟ୍ରଷ୍ଟି ଶ୍ରୀମାନ ମହେଶ୍ୱର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଭୟ ହନୁମାନ ସଂଘ କୁ ମିଶ୍ରଣ କରିବା ନିମନ୍ତେ ଏକ ପ୍ରସ୍ଥାବ ବୈଠକରେ ଆଗତ କରିଥିଲେ। ଏହାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ଉଭୟ ସଂଘ ର ବୟୋଜ୍ୟେଷ୍ଠ ବ୍ୟକ୍ତି ଓ କର୍ମକର୍ତ୍ତା ଙ୍କ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବାନ ମତକୁ ସମ୍ନାନ ଜଣାଇ ଉଭୟ ସଂଘ ମିଶ୍ରଣ ନିମନ୍ତେ ସର୍ବସମ୍ମତି ମତ ପ୍ରକାଶ ପାଇଥିଲା। ଉଭୟ ସଂଘ କୁ ମିଶ୍ରଣ କରାଯାଇ ଓ ସର୍ବସମ୍ମତି କ୍ରମେ ନୂତନ ସଂଘର ନାମ କରଣ କରାଯାଇଥିଲା ” ଶ୍ରୀଶ୍ରୀଶ୍ରୀ ରଘୁନାଥସ୍ଵାମୀ ହନୁମାନ ଜୟନ୍ତୀ ସ୍ଵେଚ୍ଛାସେବୀ ସଂଘ” । ଏଥିନିମନ୍ତେ ଏକ ଅସ୍ଥାୟୀ କମିଟି ଗଠିତ ହୋଇଥିଲା ଯେଉଁଥିରେ ସଭାପତି ଭାବରେ ଶ୍ରୀ ଦେବେନ୍ଦ୍ର ପ୍ରସାଦ ମିଶ୍ର, ଉପସଭାପତି ଶ୍ରୀ ସରୋଜ କୁମାର ପଟ୍ଟନାୟକ, ସଂଯୋଜକ ଶ୍ରୀ ଏ.ମନୋଜ କୁମାର, ସହ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ଗୈ।ଡ, କୋଷାଧ୍ୟକ୍ଷ ଶ୍ରୀ ଏ. ନିଗମ ପ୍ରସାଦ ପାତ୍ର, ଉପ କୋଷାଧ୍ୟଷ ଶ୍ରୀ ଲିଙ୍ଗରାଜ ନାୟକ, ଙ୍କ ସହିତ ମୂଖ୍ୟ ସଗଠକ ଶ୍ରୀ ପି. ହେମନ୍ତ କୁମାର ରାଓ, ଶ୍ରୀ ଲୋକନାଥ ଆଚାରୀ ସହ ସଗଠକ ଏବଂ ଉପଦେଷ୍ଟା ମଣ୍ଡଳୀ ରେ ଶ୍ରୀ ପର୍ଶୁରାମ ସ୍ଵାଇଁ, ଶ୍ରୀ ଶରତ ଚନ୍ଦ୍ର ମହାନ୍ତି, ଶ୍ରୀ ରାମକୃଷ୍ଣ ପଣ୍ଡା ଙ୍କୁ ଗ୍ରହଣ କରାଯାଇଛି। ପୂର୍ବରୁ ଥିବା ଉଭୟ ସଂଘକୁ ମିଶ୍ରଣ କରାଯାଇ ଉଭୟ ସଂଘ ର ସର୍ବ ସମ୍ନତି କ୍ରମେ ଶ୍ରୀଶ୍ରୀ ରଘୁନାଥ ସ୍ଵାମୀ ଙ୍କ ଅପାର କୃପା ଓ ଆଶ୍ରୀବାଦ ରୁ ନୂତନ ଭାବେ ଗଠିତ ଶ୍ରୀଶ୍ରୀଶ୍ରୀ ରଘୁନାଥସ୍ଵାମୀ ହନୁମାନ ଜୟନ୍ତୀ ସ୍ଵେଚ୍ଛାସେବୀ ସଂଘ ଅଗକୁ ମଧ୍ୟ ଏହି ନାମରେ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ କରିବ ବୋଲି ମତ ପ୍ରକାଶ ପାଇଛି। ଏଥିପାଇଁ ଗଠିତ ହୋଇଥିବା ଅସ୍ଥାୟୀ ଚୟନ କମିଟି ରେ ଥିବା କୋର୍ କମିଟି ର ମୁଖ୍ୟ ଶ୍ରୀମାନ ମୁରଲୀଧର ପଣ୍ଡା ରହିଥିବା ବେଳେ , ୧୫ ଜଣ ସଦସ୍ୟ ମାନେ ହେଲେ ଭିକାରୀ ଚରଣ ସ୍ଵାଇଁ, କିଶୋର ରାଓ, ଜଗନ୍ନାଥ ଆଚାରୀ, ସିମାଞ୍ଚଳ ପଟ୍ଟନାୟକ, ଆଶିର୍ବାଦ ମହାନ୍ତି, ଆର୍ ବୁଟୁ, ସୂର୍ଯ୍ୟ ତାରିଣୀ, ବିକାଶ ପାତ୍ର, ସୁରେନ୍ଦ୍ର ବେହେରା, ଅନିଲ୍ ରାଓ, ଟୁନା ଜେନା, ଶୁଶାନ୍ତ ବେହେରା, ବାଳକୃଷ୍ଣ ବେହେରା, ରବି ରାଉତ, କେଦାର ଜେନା। ଗଠିତ ହୋଇଥିବା ନୂତନ ହନୁମାନ ସଂଘ ଓ ଏଥିର ସମସ୍ତ କର୍ମକର୍ତ୍ତା ଙ୍କୁ ନେଇ ଆସନ୍ତା ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁ ମହାଆଡମ୍ବର ଭାଵେ ପାଳନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.