ଆନ୍ତଃ ରାଜ୍ଯ ରେଡକ୍ରସ ଶିବିରରେ ବରଗଡ ଜିଲ୍ଲା ଛାତ୍ରଛାତ୍ରୀଙ୍କ ସଫଳତା

2

ବରଗଡ଼:ଭାରତୀୟ ରେଡକ୍ରସ ସୋସାଇଟିର ଓଡ଼ିଶା ରାଜ୍ୟ ଶାଖା ଆନୁକୁଲ୍ୟରେ ଜାତୀୟସ୍ତରୀୟ ଜୁନିଅର୍ ରେଡକ୍ରସର ଶିକ୍ଷା ତଥା ତାଲିମ ଶିବିର ନୀଳାଚଳ ପଲିଟେକନିକ , ଶିଖରଚଣ୍ଡୀ, ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଶିବିରରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ମଣିପୁର, ଉତ୍ତରପ୍ରଦେଶ, ପଞ୍ଜାବରୁ ୨୪୫ ଜଣ ଜୁନିଅର୍ ଏବଂ କାଉନସେଲର ଯୋଗ ଦେଇଥିଲେ। ଏହି ଶିବିରକୁ ବରଗଡ଼ ଜିଲ୍ଲା ତରଫରୁ ୬ ଜଣ ଜୁନିଅର୍ ଯେପରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କେଶାଇପାଲିରୁ ଲୋପାମୁଦ୍ରା ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ୟାଳୟ ଟି. ଗଣ୍ଡପାଳିରୁ ଲିପି ସାହୁ, ଦିଶାଶ୍ରୀ ସାହୁ, ଦମୟନ୍ତୀ ସେଠ୍, ପ୍ରେମଶିଲ ସେଠ୍, ଅନନ୍ୟା ସାହୁଙ୍କ ସହ ଜିଲ୍ଲା ଜୁନିଅର୍ ରେଡକ୍ରସ ଅଧିକାରୀ ହେମନ୍ତ କୁମାର ସାମଲ , ଜିଲ୍ଲାର ରେଡକ୍ରସ ସାଧନକର୍ମୀ ଡ ଡିଲେଶ୍ୱର ସାହୁ , ଜ୍ୟୋତ୍ସ୍ନା ମହାନନ୍ଦ ଯୋଗ ଦେଇଥିଲେ ।ଏହି ଶିବିରରେ ଜୁନିଅର୍ ମାନଙ୍କୁ ବିଭିନ୍ନ ବିଷୟରେ ଯେପରି ରେଡକ୍ରସ୍, ଇତିହାସ, ରକ୍ତଦାନ , ଜଳବାୟୁ ପରିବର୍ତ୍ତନ, ପ୍ରାଥମିକ ସହାୟତା, ସଡ଼କ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା, ନିଶା ନିବାରଣ ଓ ତମାଖୁ ମୁକ୍ତ ସମାଜ, ଏଚ୍.ଆଇ.ଭି ଏଡ଼ସ, ସାଇବର ସଚେତନତା ଉପରେ ତାଲିମ ଦିଆଯାଇଥିଲା। ଶିବିରର ଦ୍ଵିତୀୟ ଏବଂ ତୃତୀୟ ଦିବସରେ ଜୁନିଅର ତଥା ସାଧନକର୍ମୀ ମାନଙ୍କୁ କୋଣାର୍କ, ପୁରୀ ଜଗନ୍ନାଥ ମନ୍ଦିର, ଧଉଳିଗିରି ତଥା ନନ୍ଦନକାନନକୁ ପରିଦର୍ଶନ ପାଇଁ ମଧ୍ୟ ନିଆଯାଇଥିଲା। ଶିବିରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ରେଡକ୍ରସ୍ ଉପରେ ଆଧାରିତ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ କେଶାଇପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲୋପାମୁଦ୍ରା ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରି ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ ,ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ନାୟକ, ରେଡକ୍ରସ୍ ସାଧନକର୍ମୀ ଧର୍ମରାଜ ପ୍ରଧାନ, ମନୋଜ କୁମାର ସାହୁ, ଦ୍ଵାଦଶ କୁମାର ପ୍ରଧାନ, ମହେନ୍ଦ୍ର ଆଚାର୍ଯ୍ୟ, ସେବବିନିମୟୀଯୁକ୍ତା ବାରିକ,ଶୁଭଶ୍ରୀ ଭୋଇ,ମନୋହର ଦାଶଙ୍କ ସହ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.