ବାସନ୍ତିକ ନବରାତ୍ର ଦୁର୍ଗା ପୂଜା

2

ଶାରଦୀୟ ନବରାତ୍ରି ଦୁର୍ଗା ପୂଜା ଯେପରି ଦେବୀ ଦୁର୍ଗା ଙ୍କ ପୂଜା ପାଇଁ ପ୍ରକୃତ ସମୟ , ବାସନ୍ତିକ ଦୁର୍ଗାପୂଜା ମଧ୍ୟ ଦେବୀ ଙ୍କ ପୂଜା ପାଇଁ ପ୍ରକୃତ ସମୟ ଅଟେ l ଶାରଦୀୟ ଦୁର୍ଗାପୂଜା ଆଶ୍ୱିନ ଶୁକ୍ଳ ପ୍ରତିପତା ରୁ ନବମୀ ପର୍ଯ୍ୟନ୍ତ ପାଳନ କରାଯାଇଥାଏ l ସେହିପରି ବାସନ୍ତିକ ନବ ଦୁର୍ଗା ପୂଜା ଚୈତ୍ର ମାସ ଶୁକ୍ଳ ପ୍ରତିପତା ଠାରୁ ନବମୀ ପର୍ଯ୍ୟନ୍ତ ପାଳନ କରାଯାଇଥାଏ l ସତ୍ୟ ଯୁଗରେ ମହିଷାସୁର କୁ ନିଧନ ପାଇଁ ଦେବତା ମାନଙ୍କ ମିଳିତ ତେଜ ରୁ ଦେବୀ ଦୁର୍ଗା ଙ୍କ ଆବିର୍ଭାବ ଘଟିଥିଲା l ତ୍ରେତୟା ଯୁଗରେ ରାବଣ ର ଭାଇ ବିଭୀଷଣ ଙ୍କ ପରାମର୍ଶ ଅନୁସାରେ ନିଜର ଦୁର୍ଗତି ଦୂର କରିବା ପାଇଁ ସେ ଦେବୀ ଦୁର୍ଗା ଙ୍କ ପୂଜା କରିଥଲେ l କାରଣ ବନବାସ ସମୟରେ ରାବଣ ତାଙ୍କର ପତ୍ନୀ ସୀତା ଙ୍କୁ ଅପହରଣ କରି ନେଇଥିଲେ l ତେଣୁ ରାବଣ କୁ ବଧ କରିବା ପାଇଁ ଦେବୀ ଦୁର୍ଗା ଙ୍କ ର ଆଶିଷ ଭିକ୍ଷା ଲାଭ କରିବା ଆବଶ୍ୟକ ହୋଇପଡିଥିଲା l ଭାଦ୍ରବ ମାସ ରେ ଶ୍ରୀ ରାମଚନ୍ଦ୍ର ରାବଣ ମାରିବା ପାଇଁ ଦେବୀ ଦୁର୍ଗା ଙ୍କ ପୂଜା କରିଥଲେ , କିନ୍ତୁ ସେହି ସମୟ ହେଉଛି ଦେବୀ ଦୁର୍ଗା ଙ୍କ ଶୋଇବା ସମୟ l ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ଦେବୀ ଦୁର୍ଗା ଶୋଇ ଥାଆନ୍ତି l ତେଣୁ ତାହା ହେଉଛି ଅକଳବୋଧନ ଦୁର୍ଗାପୂଜା l ସେଥି ପାଇଁ ଭଗବାନ ଶ୍ରରାମଚନ୍ଦ୍ର ଙ୍କୁ ଶାରଦୀୟ ଦୁର୍ଗାପୂଜା ର ପ୍ରବର୍ତ୍ତକ ବୋଲି ବିବେଚନା କରାଯାଏ l ସେହିପରି ବାସନ୍ତୀକ ନବରାତ୍ରୀ ଦୁର୍ଗାପୂଜା ହେଉଛି ପ୍ରଥମ ଦୁର୍ଗାପୂଜା। ସୁରଥ ରାଜା ଓ ସମାଧି ବୈଶ ଚୈତ୍ର ମାସ ରେ ପ୍ରଥମ ରେ ଦୁର୍ଗ ପୂଜା ଆରମ୍ଭ କରିଥିବା ଜଣାଯାଏ। ବସନ୍ତିକ ନବରାତ୍ରୀ ଦୁର୍ଗାପୂଜା ରେ ଦେବୀ ନଅ ଦିନ ପାଇଁ ବିଭିନ୍ନ ବେଶ ରେ ଧରା ପୃଷ୍ଠକୁ ଅବତରଣ କରିଥାନ୍ତି। ସେହି ବେଶ ଗୁଡ଼ିକ ହେଉଛି – ଶୈଳପୁତ୍ରୀ , ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟଣି , ଦୁଷ୍ମନ୍ତା , ସ୍କନ୍ଦ ମାତା , କାତ୍ୟାୟିନୀ , କାଳରାତ୍ରୀ, ମହାଗୌରୀ , ସିଦ୍ଧଧାତ୍ରୀ l

ଦେବାଶିଷ ପଟ୍ଟନାୟକ, ପଦ୍ମପୁର
ମୋ :- ୮୦୧୮୨୯୬୪୪୭

Leave A Reply

Your email address will not be published.