ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଓଡ଼ିଆ ସାହିତ୍ଯ ଆସର ଅନୁଷ୍ଠିତ।

2

ପଦ୍ମପୁର :- ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଓଡ଼ିଆ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଓଡ଼ିଆ ସାହିତ୍ଯ ଆସର ଅନୁଷ୍ଠିତ ହୋଇଯାଇଛି | ଚେୟାରମ୍ଯାନ୍ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର , ଅଧ୍ଯକ୍ଷା ଶ୍ରୀମତି ଅପାଳି ଅପରାଜିତା ଦାଶ , ସଂଯୋଜିକା ଶ୍ରୀମତୀ ନିବେଦିତା ଦାସ ଓ ଇଂରାଜୀ ଶିକ୍ଷକ ଶୁକଦେବ ବସ୍ତରାୟ ସାରଙ୍କ ତତ୍ତ୍ୱାବଧାନରେ ଓଡ଼ିଆଆସରଟି ଜମିଯାଇଥିଲା | ଡ. ସାଗରିକା ଶତପଥି , ଶ୍ରୀଯୁକ୍ତ ସରୋଜ କୁମାର ବାରିକ , ଶ୍ରୀଯୁକ୍ତ ପିଙ୍କୁନା ବେହେରା , ସୁଜାତା ବଇଠାଲୁ ଏବଂ ଜାଗ୍ଯସେନି ପାଣ୍ଡେଙ୍କ ପିଲାମାନେ ନିଜ ସ୍କୁଲ, ମାତ୍ରୁଭାଷା ଓ ମାତ୍ରୁଭୂମି ଉପରେ କବି ,ଗାଳ୍ପିକ ଓପ୍ରାବନ୍ଧିକ ଭାବରେ ନିଜ ମନର ଭାବନାକୁ ସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ସଭାରେ ବ୍ଯକ୍ତ କରିଥିଲେ | ଶେଷରେ ମଂଚାସିନ ଅତିଥି ଓ ଶ୍ରୋତାଗଣଙ୍କ ମଧ୍ଯରୁ ଅଭିଭୂତ ହୋଇ ଧନ୍ଯବାଦ ଦେବାସହ ନିଜର କିଛି ସାହିତ୍ଯ ବକ୍ତବ୍ଯ ମଧ୍ଯ ପ୍ରଦାନ କରିଥିଲେ | ସାହିତ୍ଯ ପ୍ରେମୀଙ୍କ ଭିତରେ ଆଜି ଯେପରି ଏକ ସାହିତ୍ଯ ସୁଗନ୍ଧ ଖେଳି ଯାଇଥିଲା | ଶେଷରେ ଛାତ୍ର ଛାତ୍ରୀମାନେ ସମସ୍ତ ଶିକ୍ଷକ ଓ ଶ୍ରୋତାଶିଶୁ ମାନଙ୍କୁ ଧନ୍ଯବାଦ ଦେଇ ଆସର ଶେଷ କରିଥିଲେ |

Leave A Reply

Your email address will not be published.