ଅଶୋକ ସାହୁ,ଶାସକ ପ୍ରଶାସକ:ଶିକ୍ଷକ ଏବଂ ଅଭିଭାବକ ସମ୍ପର୍କ ରେ ସମୃଦ୍ଧି ହେଲେ ଶିକ୍ଷାର୍ଥୀ ଲାଭବାନ ହୋଇଥାଏ। ଶିକ୍ଷାର୍ଥୀଙ୍କ ନିକଟ ରେ ଦେଖାଦେଇଥିବା ଦୋଷ ଦୁର୍ବଳ କୁ ଖୋଜି ଶିକ୍ଷାଦାନ ଦେବା ପାଇଁ ଶିକ୍ଷକ ଙ୍କ ର ଯେତିକି ଭୂମିକା ଜଣେ ଅଭିଭାବକଙ୍କ ର ମଧ୍ୟ ଯଥେଷ୍ଟ ଭୂମିକା ଥାଏ। ତେଣୁ ଶିକ୍ଷକ ଏବଂ ଅଭିଭାବକ ଙ୍କ ପରସ୍ପର ମଧ୍ୟରେ ବର୍ଷ ସାରା ସମ୍ପର୍କ ର ସେତୁ ମଜ୍ଜୁବୁତ ହେବା ଜରୁରୀ ବୋଲି ନବରଙ୍ଗପୁର ସ୍ଥିତ ସ୍ଵତନ୍ତ୍ର ବିଦ୍ୟାଳୟ ଆଶା କିରଣ ହୋଇଥିବା ଅଭିଭାବକ ସମ୍ମିଳନୀ ରେ ଅଭିଭାବକ ମାନେ କହିଥିଲେ । ଓଡ଼ିଶା ସରକାର ଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶ କ୍ରମେ ଆଶା କିରଣ ଠାରେ ପିତାମାତା ଏବଂ ଶିକ୍ଷକ ସମ୍ପର୍କ ସ୍ଥାପନ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ପାତ୍ର ଏବଂ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଧର୍ନୁଜୟ ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ପିତାମାତା ଯୋଗ ଦେଇଥିଲେ। ଅଭିଭାବକ ମାନେ ଅଭିଯୋଗ କରି କହିଛନ୍ତି ଯେ ଏହି ପରି ପିତାମାତା ଅଭିଭାବକ ସମ୍ପର୍କ ପ୍ରତିମାସ ରେ ଅତ୍ୟନ୍ତ ଥରେ ଦୁଇ ଥର ହୋଇପାରିଲେ ପିଲାଙ୍କ ଶିକ୍ଷା ଗ୍ରହଣ ରେ ସୁବିଧା ହୋଇ ପାରନ୍ତା।ମୁଖ୍ୟ ଅତିଥି ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟ ରେ ପିତାମାତା ପ୍ରଥମ ଶିକ୍ଷକ ଏବଂ ସେମାନଙ୍କ ସହଯୋଗ ବିନା ଶିକ୍ଷା ରଥ ଆଗକୁ ଗଡିବା ଅସମ୍ଭବ ବୋଲି କହିଥିଲେ। ସ୍ଵତନ୍ତ୍ର ପିଲାଙ୍କ ନିମନ୍ତେ ନିଆ ଯାଉଥିବା ସ୍ବତନ୍ତ୍ର ଶିକ୍ଷା ପ୍ରଣାଳୀ ଉପରେ ଅଭିଭାବକ ମାନଙ୍କ ସମ୍ମାନରେ ଜଗନ୍ନାଥ ବେହେରା ଆଲୋକ ପାତ କରିଥିଲେ।ଏଥିରେ ଆଶା କିରଣ ର ଶିକ୍ଷୟତ୍ରୀ ସନ୍ଧ୍ୟା ରାଣୀ ବେହେରା , ଶାନ୍ତି ପଣ୍ଡା ,ରଶ୍ମିତା ପ୍ରଧାନ ,ରିଙ୍କୁ ରାଜ ବେହେରା ,ପାର୍ବତୀ ଜାନି , ରଶ୍ମିତ ଧନଫୁଲ ସହିତ ଅଭିଭାବକ ରଜନୀକାନ୍ତ ମିଶ୍ର,ମାନସିଂହ ନାୟକ,ନାରାୟଣ ବିଷୋୟୀ,ବଳ ନାୟକ, ଅନୁସିଂ ମାଝି , ଦାମ ହନ୍ତାଲ,ଅର୍ଜୁନ ନାୟକ ଆହୁରି ଅନେକ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post