ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପାଟଳଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଆମ ସଂସ୍କୃତି ଆମ ଖେଳନା କୁ ନେଇ ଏକ ଦିନିକିଆ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ମହା ସମାରୋହରେ ପାଳିତ ହୋଇ ଜାଇ ଅଛି। ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଯୋଳନ ପୂର୍ବକ ଉଦ୍ଘାଟନ କରିଥିଲେ ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ କୁମାର ବେହେରା,ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ପ୍ରମୁଖ। ପ୍ରାରମ୍ଭ ରେ କ୍ଲଷ୍ଟର ମୁଖ୍ୟ ଗଣେଶ ନାୟକ,, ପ୍ରଧାନ ଶିକ୍ଷକ,ପ୍ରକାଶ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ,ପ୍ରମୁଖ ସରକାରୀ ବିଦ୍ୟାଳୟ ରେ, ସରକାର ଙ୍କ ତରଫରୁ ପିଲାଙ୍କ ଶିକ୍ଷା ଦାନ ପାଇଁ ଗ୍ରହଣ କରା ଯାଇ ଥିବା ବିଭିନ୍ନ ଯୋଜନା,ଓ ତାର ସଠିକ ନିରାକରଣ ଉପରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ,ଅଭିଭାବକ,ବୁଦ୍ଧିଜୀବୀ ମାନଙ୍କୁ ଅବଗତ କରାଇଥିଲେ । ତା ପରେ ପିଲା ମାନଙ୍କୁ ବରିଷ୍ଠ କନିଷ୍ଠ ଭାବେ ଚାରୋଟି ଦଳ ତଥା ଲୋଟଶ,ଲିଲି,ରୋଜ,ଜସ୍ମିନି ଭାବେ ଗ୍ରହଣ କରାଯାଇ ସେମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଥିଲା । ନାଚ ,ଗୀତ,କମେଡି,ଖେଳନା ଆଦି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ବିଚାରକ ମାନଙ୍କ ଦ୍ବାରା ମନୋନୀତ କରାଯାଇ ବିଦ୍ୟାଳୟ ତରଫରୁ,ରଚନା ବହି, ୱାର୍ଡ ବୁକ୍,ଖାତା,ପେନ୍, ଡିକ୍ସିନାରି ଆଦି ୧୭ ଜଣଙ୍କୁ ପୁରସ୍କାର,ପ୍ରଦାନ କରା ଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ, ସ୍ଥାନୀୟ ସରପଞ୍ଚ ଯଶୋବନ୍ତ ନାୟକ,ସମିତି ସଭ୍ୟ ମନ୍ଦାକିନୀ ଛାଟୋଇ,ଆଲୁମିନା ସଭାପତି କେଦାରନାଥ ଜେନା,ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେନାପତି,ଶିକ୍ଷକ ଧୀରେନ୍ଦ୍ର ପ୍ରଧାନ,ସାମ୍ବାଦିକ ଆର୍ତ୍ତତ୍ରାଣ ମହାନ୍ତି ପରିଚାଳନା କମିଟି ସଭାପତି,ପ୍ରମୁଖ ଭାଷଣ ଦେଇ ୧୯୮୩ମସିହାରେ ପ୍ରତିଷ୍ଠିତ ଏହି ମଣିଷ ତିଆରି କାରଖାନା ଆଜିର ଦିନରେ ୪୨ବର୍ଷ ରେ ପଦାର୍ପଣ କରି ତାର ଉତ୍ସବ ପାଳନ କରୁଥିବାରୁ ଭୂୟସି ପ୍ରଂଶଶା କରିବା ସହ ,ଶିକ୍ଷାଦାନ ଉପରେ ଗୁରୁତା ରୋପ କରିଥିଲେ । ଏହି କାର୍ଯ୍ୟକ୍ରମ ର ସମସ୍ତ କାର୍ଯ୍ୟ,ଶିକ୍ଷକ ଧୀରେନ୍ଦ୍ର ପ୍ରଧାନ,ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେନାପତି ପରି ଚାଳନା କରିଥିବା ବେଳେ,ଧନ୍ୟବାଦ୍ ଅର୍ପଣ କରିଥିଲେ,ଶିକ୍ଷକ ବିଚିତ୍ରାନନ୍ଦ ବିଶ୍ଵାଳ ।
ନୃତ୍ୟ ପରି ବେଶଣ,ରେ ରୂପାଲି ସାହୁ,ବର୍ଷା ପ୍ରିୟଦର୍ଶିନୀ ନାୟକ ( କଣମଣ୍), ମାମଲି ସାହୁ ,ସ୍ଲିପା,ଗୌରୀ,ଆଦ୍ୟାସା,ପ୍ରମୁଖ ଙ୍କ ନୃତ୍ୟ ଆକର୍ଷଣୀୟ ପାଲଟି ଥିଲା । ଅଷ୍ଟମ ଶ୍ରେଣୀ ଏନ୍ ଏମ୍ ଏମ୍ ଏସ, ବୃତ୍ତି ପରୀକ୍ଷାରେ ପାର୍ଥ ସାରଥୀ ନାୟକ ଯୋଗ୍ୟ ବିବେଚିତ ହୋଇଥିବା ଘୋଷଣା କରା ଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post