ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବଣିକ ସଂଘ ସଭାଗୃହ ଠାରେ ବେଲଗୁଣ୍ଠା ବଣିକ ସଂଘ ଏବଂ ପୂଜ୍ୟପୂଜା ପରିଷଦର ମିଳିତ ଆନୁକୂଲ୍ୟରେ ଦ୍ୱାଦଶତମ ଭଞ୍ଜ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି I ବିଶିଷ୍ଟ ସାହିତ୍ୟିକ ତଥା ଗୀତିକାର ମୋତିଲାଲ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ଭଞ୍ଜ ପ୍ରବକ୍ତା ଡ଼. କମ୍ଭୁପାଣି ସାମନ୍ତ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବରିଷ୍ଠ କବି ପ୍ରଶାନ୍ତ କୁମାର ମହାନ୍ତି ଯୋଗ ଦେଇ ଭଞ୍ଜଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ସେହିପରି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ରୂପେ ନାଟ୍ୟକାର ତଥା ଆଇନଜୀବୀ ବିପିନ୍ ବିହାରୀ ସାହୁ, ଘୁମୁସରର ସ୍ୱର ସାହିତ୍ୟ ଅନୁଷ୍ଠାନର ସଭାପତି ଡଃ. ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ଭଞ୍ଜ ସାହିତ୍ୟର ବିଭିନ୍ନ ଦିଗ ଏବଂ ଏହାର ପ୍ରଚାର ପ୍ରସାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ବଣିକ ସଂଘ ସଭାପତି ସିଏଚ୍ ସନତ୍ କୁମାର ସୁବୁଦ୍ଧି,ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର ଏବଂ ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର ମଞ୍ଚାସୀନ ଥିଲେ I
Sign in
Sign in
Recover your password.
A password will be e-mailed to you.