ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ, ଅନ୍ତର୍ଗତ ଗାଡେବନ୍ଦ ଗ୍ରାମ ପଞ୍ଚାୟତ ଅଧିନସ୍ତ ଫତକାବାହାଲି ଗ୍ରାମ ଠାରେ ତା ୨୬-୦୩-୨୦୨୫ ରିଖ ବୁଧବାର ଦିନ ସନ୍ଧ୍ୟା ଘଣ୍ଟା ସମୟରେ ପୂଜକ ଦୁର୍ଗା ପ୍ରସାଦ ତ୍ରିପାଠୀ ଜପକ ଲଳିତ ମୋହନ ପଣ୍ଡା ଓ କର୍ତା ଲିଙ୍ଗରାଜ କରୁଆଁ ଓ ଗ୍ରାମ ବାସିଙ୍କ ନେତୃତ୍ବରେ ଷୋହଳ ପ୍ରହର ନାମଯଜ୍ଞ ର ଜଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କଳସ ଯାତ୍ରାରେ ଶଙ୍ଖ ଧ୍ୱନି ହୁଳହୁଳି ସହ ନାମ ସଂକୀର୍ତନ କରି ଗ୍ରାମ ର ଶ୍ରଦ୍ଧାଳୁ ନିଜ ନିଜ କଳସ ନଡ଼ିଆ ସହ ଉପବାସ ରହି ରଜାମୁଣ୍ଡା ପୋଖରୀରେ ଜଳଆଣି ସହ ସହ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରହର ମଣ୍ଡପ ରେ କଳସ ସ୍ଥାପନ କରିଥିଲେ । ଗ୍ରାମ ର ସହ ସହ ଲୋକ ଯୋଗ ଦେଇ କଳସ ଯାତ୍ରା ଉପସ୍ଥିତରହି ଯାତ୍ରାକୁ ଆଗକୁ ନେଇଥିଲେ ଫକୋବାହାଲି ଗ୍ରାମରେ ଦ୍ୱିତୀୟ ବର୍ଷ ପହଞ୍ଚିଛି ହରି ନାମ ଯଜ୍ଞ ର ଜଳସ ଯାତ୍ରାରେ ଫତକାବାହାଲି ସଂକୀର୍ତନ ମଣ୍ଡଳୀ ଢୋଲ ମୂଦ୍ରୂଙ୍ଗ ର ତାଳେ ତାଳେ ହରେ କୃଷ୍ଣ ହରେ ରାମ ସଂଗୀତରେ ମୋହିତ ହୋଇ ଚାଲିଥିଲେ ଗ୍ରାମର ଯୁବସଙ୍ଘଠନର କର୍ମକର୍ତା ଓ ଫତକାବାହାଳି ର ମାନ୍ୟ ଗୁଣ୍ୟ ବ୍ୟକ୍ତି ସମେତ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥୁଲା
ଏହି କଳସ ଯାତ୍ରା ଏକ ମନୋରମ ସୃଷ୍ଟି ସହ ଅଞ୍ଚଳ ରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା, ଲୋକ ଙ୍କ ଭକ୍ତି ଭାବରେ ଅଞ୍ଚଳ ବାସି ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା । ଏହି ପ୍ରୋଗ୍ରାମ ରେ ମିନା ବଜାର ୨୦୦ରୁ ଉର୍ଦ୍ଧ ଦୋକାନ ଷ୍ଟଲ ଓ ୧୫୦୦୦ ହଜାର ରୁ ଭକ୍ତ ଭିତ୍ ଦେବାକୁ ମିଳିଥିଲା । ୨୫-୦୩-୨୦୨୫ଆରମ୍ଭ ହୋଇ ୨୮-୦୩-୨୦୨୫ ରିଖ ପୂର୍ଣା ହୋତି ଶେଷ ଦିନରେ ଗ୍ରାମ ହଜାର ହଜାର ଗ୍ରାମର ଭକ୍ତ ପରିକ୍ରମା ହୋଇଥିଲା ।