ବେଲଗୁଣ୍ଠା(ଶିବରାମ ଚୌଧୁରୀ )-,,ଦିବ୍ୟାଙ୍ଗ ହେଲେ ମଧ୍ୟ ଅନ୍ୟ ପାଇଁ ପାଲଟିଛନ୍ତି ଉଦାହରଣ I କେଉଁ ରୋଗୀର ରକ୍ତ ଅଭାବ ଜନିତ ସମସ୍ୟା କଥା ଶୁଣିଲେ ନିର୍ବିକାରରେ ଦୌଡ଼ି ଯାଆନ୍ତି ସେମାନଙ୍କ ନିକଟକୁ I ସ୍ଥାନୀୟ ଅଞ୍ଚଳରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ଉପସ୍ଥିତ ରହିବାଟା ନିଶ୍ଚିତ I ଏହିଭଳି ଦୁଇ ଦେବଦୂତଙ୍କୁ ଆଜି ଦେଖିବାକୁ ମିଳିଥିଲା ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଏବଂ ସମ୍ବାଦ ଆମ ଓଡ଼ିଶାର ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ I ସେମାନେ ହେଲେ ମଙ୍ଗଳପୁର ଗ୍ରାମର ସନ୍ତୋଷ କୁମାର ଆପଟ( 40) ଏବଂ ଟୁକୁନା ଆପଟ (35) I ଉଭୟେ ଆଜି ଆଜି ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ବେଳେ ସମ୍ବାଦ ଆମ ଓଡ଼ିଶା ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ଏହା ସେମାନଙ୍କର ଷଷ୍ଠତମ ରକ୍ତଦାନ ହୋଇଥିଲା I ଏହା ବ୍ୟତୀତ ସନ୍ତୋଷ ମୋଟ ନଅ ଥର ରକ୍ତଦାନ କରିଥିବା ବେଳେ ଟୁକୁନା ପନ୍ଦର ଥର ରକ୍ତଦାନ କରିସାରିଲେଣି I ଉଭୟ ରକ୍ତଦାନ କରି ଖୁସି ଅନୁଭବ କରିବା ସହ ସୁସ୍ଥ ଥିବା ପର୍ଯ୍ୟନ୍ତ ନିୟମିତ ରକ୍ତଦାନ କରିବେ ବୋଲି ପ୍ରକାଶ କରିଥିଲେ I ଉଭୟ ଦିବ୍ୟାଙ୍ଗଙ୍କ ଦୁଇଟି ଯାକ ଗୋଡ଼ ଅଚଳ ହୋଇ ଯାଇଥିବାରୁ ଉଭୟେ ହାମୁଡି ହାମୁଡି ଯିବା ଆସିବା କରିବା ସହ ବେଳେ ବେଳେ ଦୂର ସ୍ଥାନକୁ ତିନି ଚକିଆ ସାଇକେଲ୍ ରେ ମଧ୍ୟ ଯିବା ଆସିବା କରନ୍ତି I
Sign in
Sign in
Recover your password.
A password will be e-mailed to you.