ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଲକ ତନରଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ଭବନର ୨୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ସମ୍ପାଦକ ତଥା ପ୍ରତିଷ୍ଠାତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶୁଳପାଣି ଶତପଥୀ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ ଯୋଗ ଦେଇଥିଲେ, ସେହିପରି ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ସାମ୍ବାଦିକ ତଥା ସାହିତ୍ୟକ କାର୍ତ୍ତିକେଶ୍ୱର ପ୍ରଧାନ, ବିଶିଷ୍ଟ କବି ପ୍ରଶାନ୍ତ ମହାନ୍ତି ଓ ପ୍ରଧାନ ଶିକ୍ଷକ ଶିବରାମ ପ୍ରଧାନ ମଞ୍ଚାସିନ ଥିବା ବେଳ ମୁଖ୍ୟ ବକ୍ତା ଭାବେ କେଏସୟୁବି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଯୋଗଦେଇଥିଲେ। ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରାଯାଇ ପ୍ରଦ୍ବୀପ ପ୍ରଜ୍ବଳନ କରି ମଞ୍ଚାସିନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନିକୁନି ଛାତ୍ରଛାତ୍ରୀଙ୍କ ସୁନ୍ଦର ନୃତ୍ୟ ପରିବେଷଣ କରି ଅତିଥି ମାନଙ୍କୁ ମନମୁଗ୍ଧ କରିଥିଲେ। ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.