ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୨୮.୩.୨୦୨୫:ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଉପ-ନିବନ୍ଧକ ସମବାୟ ସମିତି ସମୂହ, ନବରଙ୍ଗପୁର ବିଭାଜନଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନବରଙ୍ଗପୁର ବିଧାୟକ ପ୍ରତିନିଧି, କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସଦସ୍ୟ ଶ୍ରୀଯୁକ୍ତ ଭୀମ ହରିଜନ, ଉପ-ନିବନ୍ଧକ ସମବାୟ ସମିତି ସମୂହ, ନବରଙ୍ଗପୁର ବିଭାଜନ ଶ୍ରୀଯୁକ୍ତ ଭୀମସେନ ସାହୁ, ଶ୍ରୀଯୁକ୍ତ ଦେବରାଜ ନାଗ, ଯୁବ-ସମବାୟ ବିତ, ସହକାରୀ-ନିବନ୍ଧକ ସମବାୟ ସମିତି ସମୂହ, ନବରଙ୍ଗପୁର ମଣ୍ଡଳ ଶ୍ରୀଯୁକ୍ତ ଶିବ ଶଙ୍କର ପ୍ରଧାନ ଯୋଗ ଦେଇ ସମବାୟ ସମୃଦ୍ଧି ରେ ମହିଳା ମାନଙ୍କୁ ସଶକ୍ତିକରଣ କରିବାରେ ସମବାୟର ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ । ଶ୍ରୀ କପିଳେନ୍ଦ୍ର ଶାସମଲ, ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ନବରଙ୍ଗପୁର ସଭା ପରିଚାଳନା କରିଥିବା ବେଳେ ଶ୍ରୀ ନିମାଇ ଚରଣ ନାୟକ, ଉପ- ସହକାରୀ-ନିବନ୍ଧକ ସମବାୟ ସମିତି ସମୂହ ଏବଂ ଶ୍ରୀ କେଶବ ଚନ୍ଦ୍ର ନାୟକ, ଉପ- ସହକାରୀ-ନିବନ୍ଧକ ସମବାୟ ସମିତି ସମୂହ ଉପ ସହକାରୀ ନିବନ୍ଧକ ସଭା ଆୟୋଜନର ସାମଗ୍ରିକ ସହଯୋଗ କରିଥିଲେ । ଶେଷରେ ବିଭିନ୍ନ କ୍ଷେତ୍ର ରେ ଉତ୍କର୍ଷତା ଲାଭ କରିଥିବା ସାତଗୋଟି ସ୍ଵୟଂ ସହାୟିକା ଗୋଷ୍ଠୀକୁ ଆର୍ଥିକ ପୁରସ୍କାର ପ୍ରଦାନ ସହ ସମ୍ମାନିତ କରଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post