ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ “ନାଟୁଆ ମେଳା” -୨୦୨୫ ଆୟୋଜିତ ହୋଇଯାଇଛି।
ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ବିଜୟ କ୍ଲବ ପରିସରରେ ମଞ୍ଚ କଳାକାର ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆୟୋଜକ ତରଙ୍ଗ ରଙ୍ଗ ଅନୁଷ୍ଠାନ ସଭାପତି ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କ୍ରିଏଟିଭ୍ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର ମଞ୍ଚାସୀନ ରହି ଓଡ଼ିଆ ଭାଷାକୁ ତଥା ଓଡ଼ିଶା କୁ ପାରଳା ମାଟି ହିଁ ପ୍ରଥମ ରଙ୍ଗମଞ୍ଚ ଓ ପ୍ରଥମ ନାଟକ ଦେଇଛି , ରଘୁନାଥ ପରିଚ୍ଛା ହିଁ ପ୍ରଥମ ନାଟ୍ୟକାର ବୋଲି ବିଭିନ୍ନ ପୁସ୍ତକ ରେ ଲେଖା ହୋଇଛି ତେଣୁ ପାରଳାର ଏହି ଗୌରବକୁ କେହି କେବେ ଭ୍ରମିତ କରିପାରିବେ ନାହିଁ ବୋଲି ମତ ଉପସ୍ଥାପନା କରିଥିଲେ।
ଦ୍ଵୀତୀୟ ପର୍ଯ୍ୟାୟ ରେ ମଞ୍ଚ କଳାକାର ମାନଙ୍କ ମଧ୍ୟରେ ” ଆଗମୀ ଦିନରେ ନାଟକ ଓ ପରିବେଶ ସୁରକ୍ଷା ” ବିଷୟ କୁ ନେଇ ଏକ ସୁନ୍ଦର ଆଲୋଚନା ହୋଇଥିଲା। ଏଥିରେ ବିଶିଷ୍ଟ ନାଟ୍ୟଶିଳ୍ପୀ ମନୋଜ ପାଢ଼ୀ ମଞ୍ଚ ଅଭିନେତା ଏମ୍. ପୃଥିବୀ ରାଜ , ମତଙ୍ଗିନୀ ଗୂରୁ , ମମତା ପାଢ଼ୀ , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ସତ୍ୟ ପଢ଼ୀୟାରୀ ପ୍ରମୁଖ ନିଜ ମତ ଉପସ୍ଥାପନା କରିଥିଲେ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଞ୍ଚ ଅଭିନେତା ଆଦର୍ଶ ଦାସ ଚଳିତ ବର୍ଷର ବିଶ୍ବ ନାଟ୍ୟ ବାର୍ତ୍ତା ପାଠ ସହ ସ୍ବାଗତ ଭାଷଣ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବାଳକୃଷ୍ଣ ପାଣିଗ୍ରାହୀ , ହରିହର ପଟ୍ଟନାୟକ , ଶିବ ପ୍ରଧାନ , ସୁଜିତ୍ ପାଣିଗ୍ରାହୀ , ହର ତ୍ରିପାଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post