ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ

2

ପୁରୀ (ଅନିମେଶ ପଟ୍ଟନାୟକ): ଶୁକ୍ରବାର ପୁରୀ ଠାରେ ପାଳିତ ହୋଇଛି ଆନ୍ତର୍ଜାତିକ ସମବାୟ ବର୍ଷ । ଏହି ଅବସରରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜକୁ ସୁଦୃଢ ଓ ଆର୍ଥିକ ସମୃଦ୍ଧ କରିବାରେ ସମବାୟ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଛି ।

ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର ଉଦ୍ଦଘାଟନ କରିଥିଲେ । ବର୍ତ୍ତମାନ ସମୟରେ ସମବାୟ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହୋଇପାରିଛି । ସମସ୍ତଙ୍କ ମୁହଁରେ ହସ ଫୁଟାଇପାରିଛି । ଚଳିତ ବର୍ଷ ର ଥିମ ଭାବରେ ମହିଳା ମାନଙ୍କୁ ସମବାୟ ର ସହାୟତା ଏକ ବଡ ଉପଲବ୍ଧି। ଏହାକୁ ସମସ୍ତ ଙ୍କ ସହଯୋଗ ରେ ସଫଳ କରିବା ସହ ସମବାୟ ସହଯୋଗ ରେ ସମୃଦ୍ଧ ହେବା ବୋଲି ସେ ଆହ୍ଵାନ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଶରତ କୁମାର ବେହେରା, ଏଆରସିଏସ ସନାତନ ବେହେରା, ଏସିଏସଓ ରୀନା ସରୀତା,ପୁରୀ ନିମାପଡା କୋଅପରେଟିଭ ବ୍ୟାଙ୍କ ସିଇଓ ବନଶ୍ରୀ ମଲ୍ଲିକ, ଡେପୁଟି ଏଜିସିଏସ ଅକ୍ଷୟ କୁମାର ଦଳାଇ ପ୍ରମୁଖ ଯୋଗ ଦେଇ ସମବାୟ ସହଯୋଗ, ସମନ୍ୱୟ ଓ ସହଭାଗିତାର ବନ୍ଧନ।ଏହା ମାଧ୍ୟମରେ ଆମ ଅର୍ଥନୀତି ମଜବୁତ ହୋଇ ପାରିବ ବୋଲି କହିଥିଲେ।
ଏଥିରେ ଅଧ୍ୟକ୍ଷତା କରି ଡିଆରସିଏସ ସୁନିତା ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ସମବାୟ ବର୍ଷ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।କୃଷି ସମବାୟ ସମିତି ଗଠନ,ଲାମ୍ପସ ଓ ପ୍ୟାକସ ମାଧ୍ୟମରେ କୃଷି ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଧି କେନ୍ଦ୍ର ଖୋଲିବା ବ୍ୟବସ୍ଥା ହୋଇଛି ବୋଲି କହିଥିଲେ।ପୁରୀ ଜିଲ୍ଲାରେ ୨୪୫ ପ୍ୟାକ୍ସ କାର୍ଯ୍ୟ କରୁଛି।ଚଳିତ ବର୍ଷ ୧୧ ଲକ୍ଷ ୬୦ ହଜାର କ୍ୟୁଣ୍ଟାଲ ଧାନ ସଂଗ୍ରହ ର ଧାର୍ଯ୍ୟ ଲକ୍ଷ୍ୟ ଥିବା ବେଳେ ବିଭାଗ ୧୮ ଲକ୍ଷ ୫୨ହଜାର ୩୦୦ କ୍ୟୁଣ୍ଟାଲ ଧାନ ସଂଗ୍ରହ ସୂଚନା ଦେଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ କଣାସର ପଞ୍ଚୁ ପଦ୍ମ ମହିଳା ବହୁମୁଖୀ ସମବାୟ ସମିତି, ଅର୍କକ୍ଷେତ୍ର ବହୁମୁଖୀ ସମବାୟ ସମିତି, ଧାନ କ୍ରୟ ପାଇଁ ସୁରକ୍ଷା ୨୮ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସତ୍ୟ ଶାନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଗୋବିନ୍ଦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରୀ ନିମାପଡା କେନ୍ଦ୍ର ସମବାୟ କେନ୍ଦ୍ର ବ୍ୟାଙ୍କ ଦ୍ଵାରା ୫ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ୧୦ ଲକ୍ଷ ଓ ୫ ଲକ୍ଷ ଟଙ୍କା ର ଋଣ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.