ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ଆୟୋଜିତ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସମଗ୍ର ଶିକ୍ଷାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ମେଳାରେ ମୁଖ୍ୟ ଅତିଥି ଭାବେ ଜି.ତିରୁପତି ରାଓ , ସଭାପତି , ଜିଲ୍ଲା ପରିଷଦ ଗଜପତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ , ସମ୍ମାନୀତ ଅତିଥି ରୂପେ ଜିଲ୍ଲା ଶିକ୍ଷାଧିକାରୀ ଡ଼.ମାୟାଧର ସାହୁ , ଶ୍ରୀ ଏନ୍ .ବିମଳ କୁମାର , ସହ -ଗୋଷ୍ଠୀ ଶିକ୍ଷାଧିକାରୀ , ସନ୍ତୋଷ କୁମାର ଆଚାରୀ , ଯୋଜନା ସଂଯୋଜକ ସମଗ୍ର ଶିକ୍ଷାଧିକାରୀ ଯୋଗ ଦେଇଥିଲେ।
ପ୍ରୟୋଗଶାଳା ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ନିପୁଣ ଓଡିଶା ସଂଗୀତ ଗାନ କରିଥିବା ବେଳେ ଅତିଥିଙ୍କୁ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀ ବୃନ୍ଦ।
ସାମୁହିକ ନିପୁଣ ଓଡ଼ିଶା ଶପଥ ପାଠ ପରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପ୍ରଦୀପ କୁମାର ଜେନା ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ।
ଅନୁଷ୍ଠାନ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ ଓ ବିବରଣୀ ପଠନ କରିଥିଲେ।
ଆୟୋଜିତ ମେଳାରେ ଗଜପତି ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକରୁ ମୌଳିକ ଭାଷା ସାକ୍ଷରତା ଓ ସୃଜନ ଶୀଳତା ଏବଂ ସଂଖ୍ୟା ଜ୍ଞାନ ଓ ସୃଜନ ଶୀଳତା ଆଧାରିତ ଶିକ୍ଷଣ ଉପକରଣ ଏବଂ ପ୍ରତିଷ୍ଠାନ ପ୍ରଶିକ୍ଷାର୍ଥୀଙ୍କ ଦ୍ଵାରା ପ୍ରସ୍ତୁତ ବିଷୟ ଭିତ୍ତିକ ଉପକରଣ ପ୍ରଦର୍ଶିତ ହୋଇଥିଲା , ଯାହାକି ଅତିଥିଙ୍କ ଦ୍ଵାରା ଉଚ୍ଚ ପ୍ରଶଂସା କରାଯାଇଥିଲା।
ପରିଶେଷରେ ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଶିକ୍ଷିକା ଶ୍ରୀମତୀ ସରସ୍ୱତୀ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ରମାକାନ୍ତ ପଟ୍ଟନାୟକ ଓ ଅମୂଲ୍ୟ କୁମାର ପାଣିଗ୍ରାହୀ ସଂଯୋଜନା କରିଥିଲେ।
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ସମସ୍ତ ପ୍ରଶିକ୍ଷାର୍ଥୀ ,ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.