“ମଦର ବ୍ଯାପକ ପ୍ରସାର ଯୋଗୁଁ ଓଡ଼ିଶାର ସାମାଜିକ ବ୍ଯବସ୍ଥା ନଷ୍ଟ ହେଉଛି”

2

 ଲୋକ ସଭାରେ ଉଦବେଗ ପ୍ରକାଶ କଲେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ।

ବରଗଡ,୨୮ ୵ ୩: ଓଡ଼ିଶାର ଗାଁ ମାନଙ୍କରେ ବ୍ଯାପକ ମାତ୍ରାରେ ମଦଭାଟି ର ପ୍ରସାର ଚାଳିଥିବାରୁ ଗାଁ ମାନଙ୍କ ସାମାଜିକ ଅବସ୍ଥା ବିଗିଡିବାରେ ଲାଗିଛି ଓ ଗାଁ ମାନଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ଯ ଏହା ବୋଝ ତିଆରି ହେଉଛି । ଦେଶର ଅନ୍ଯ ରାଜ୍ଯରେ ମଧ୍ଯ ଏଭଲି ଅବସ୍ଥା ଥିବାରୁ କେନ୍ଦ୍ର ସରକାର ଅବକାରୀ ବିଭାଗକୁ କେନ୍ଦ୍ର ଅଧିନ କୁ ନେବା ପାଇଁ ସରକାର ବିଚାର କରିବା ପାଇଁ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ନିୟମ ୩୭୭ ଅଧିନିୟମ ରେ ଏ ପ୍ରସଙ୍ଗ ଲୋକ ସଭାରେ ଆଗତ କରିଛନ୍ତି । ଓଡ଼ିଶା ବିଶେଷ କରି ପଶ୍ଚିମ ଓଡ଼ିଶାରେ ମଦ ବ୍ୟବସାୟୀ ରେ ବର୍ଷକୁ ୫ ଶହ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି ଓ ମଦ ବ୍ଯବସାୟୀ ମାନେ ଅଧିକ ଲାଭ ପାଇବା ପାଇଁ ୟୁରିଆ ଓ କିଛି ବିଷାକ୍ତ ପଦାର୍ଥ ମିଶ୍ରଣ କରି ମଦ ତିଆରି କରୁଥିବାରୁ ବହୁ ଯୁବକ ମଦର ଶିକାର ରେ ଆସି ଅକାଳେ ମୃତ୍ଯୁବରଣ କରୁଛନ୍ତି ବୋଲି ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଗୁରୁତର ଅଭିଯୋଗ ଆଣିଛନ୍ତି । ଅବକାରୀ ବିଭାଗ କିମ୍ବା ସ୍ବାସ୍ଥ୍ଯ ବିଭାଗ ଦ୍ବାରା କୌଣସି ମଦ ଭାଟିରେ ତିଆରି ହେଉଥିବାର ମଦ ମାନ ନିର୍ଦ୍ଧାରଣ ହେଉ ନଥିବାରୁ,ଅବାଧରେ ଏଭଲି ମଦ ପ୍ରସ୍ତୁତି ଚାଳିଛି । ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ର ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରି ଅତିକମରେ ଯେଉଁ ଯେଉଁ ପୀଠ ସ୍ବାଧୀନତା ଆନ୍ଦୋଳନର ପ୍ରମୁଖ ସ୍ଥଳୀ ଥିଲା ଏବଂ ଭଗତ ସିଂ,ସୁବାଷ ଚନ୍ଦ୍ର ବୋଷ,ଚନ୍ଦ୍ର ଶେଖର ଆଜାଦ୍ ଙ୍କ ଭଲି ଅନେକ ଦେଶ ସ୍ବଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ ସେମାନଙ୍କ ଜନ୍ମ ମାଟିରେ ସଂପୂର୍ଣ୍ଣ ଭାବେ ନିଶା ମୁକ୍ତ ଅଞ୍ଚଳ ଘୋଷଣା କଲେ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞୀଳି ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.