ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠାର ଅଧିଷ୍ଠାତ୍ରୀ ଦେବୀ ମାଆ ବ୍ରାହ୍ମଣୀ ଦେବୀଙ୍କ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ନିମନ୍ତେ ବେଲଗୁଣ୍ଠା ସ୍ଥିତ କୋଳିସାହି ମାଆଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଯାତ୍ରା କମିଟି ସଭାପତି ଲୋକନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ବିଭୂତି ପାତ୍ର, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ରଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ବୈଠକରେ ଆସନ୍ତା ଏପ୍ରିଲ ଦୁଇ ତାରିଖରେ ମାଆଙ୍କ ଯାତ୍ରାପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା I ଏହା ସହିତ ଯାତ୍ରାର ସୁପରିଚାଳନା ନିମନ୍ତେ ବୈଠକରେ କାର୍ଯ୍ୟକାରୀ କମିଟି ଏବଂ ଯୁବକ କମିଟି ଗଠନ କରାଯାଇଥିଲା I
Sign in
Sign in
Recover your password.
A password will be e-mailed to you.
Next Post