ଓଡ଼ଗାଁ ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଆନୁକୁଲ୍ୟରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଏହି ବିଦ୍ୟାଳୟରେ ମଙ୍ଗଳବାର ପକ୍ଷୀ ବସା ବନାଇବା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟ କର୍ମଶାଳାକୁ ଉଦଘାଟନ କରିଥିଲେ।ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଲଳିତ ମୋହନ ମିଶ୍ର କର୍ମଶାଳାରେ ଅଂଶଗ୍ରହଣ କରିଥିବା ୫୨ଜଣ ପୁରୁଷ ମହିଳା ଓ ପୂର୍ବତନ ଛାତ୍ର ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।କର୍ମଶାଳାର ଉଦଯାପନୀ ସଭାରେ ଓଡ଼ଗାଁ ଗୋଷ୍ଠୀ କୃଷି ଅଧିକାରୀ ପ୍ରତିଭା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ଗାଁ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ, ସାମ୍ବାଦିକ ସାରସ କୁମାର ମିଶ୍ର, ଗ୍ରାମ୍ୟ କୃଷି ସହାୟକ ଦେବାଶିଷ ସାହାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବେଶ ପରିବର୍ତ୍ତନ ସାଙ୍ଗକୁ ବିଲୁପ୍ତ ପକ୍ଷୀଙ୍କ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ।ବାଇ ଚଢେଇଟିଏ ଏତେ ବୁଦ୍ଧି କେଉଁଠାରୁ ପାଇଲା ଯେ ସେ ତା ଥଣ୍ଟରେ ତିଆରି କରିଥିବା ବସା ମନୁଷ୍ୟ ଦ୍ବାରା ତିଆରି କରିବା ଅସମ୍ଭବ ପରି ମନେହୁଏ।ପକ୍ଷୀଟିର ଭାଷା ମଣିଷ ବୁଝି ପାରେନା,ହେଲେ ମନୁଷ୍ୟର ଭାଷାକୁ ପକ୍ଷୀଟିଏ ବୁଝିପାରେ। ମୁଖ୍ୟ ବକ୍ତା କହିଥିଲେ। ତେବେ କର୍ମଶାଳାରେ ତାଲିମ୍ ପ୍ରାପ୍ତ ଅଂଶଗ୍ରହଣକାରୀଙ୍କ ଦ୍ବାରା ତିଆରି ହୋଇଥିବା ୧୨ଟି ପକ୍ଷୀ ବସା ବେଶ୍ ପ୍ରଶଂସନୀୟ ହୋଇଥିଲା ବେଳେ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯାଇଥିଲା।ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ରାଧାଗୋବିନ୍ଦ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.