ଜାତୀୟ ସ୍କ୍ବୋଏ ଚମ୍ପିୟାନ ସିପ କ୍ରିଡା ପ୍ରତିଯୋଗିତା, ବର୍ଷା ଏବଂ ମିନତୀଙ୍କ ବ୍ରୋଞ୍ଚ ପଦକ ହାସଲ

0 2

ଓଡ଼ଗାଁ ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଗୁପ୍ତମଠ ସାହିର ବର୍ଷା ଏବଂ ନନ୍ଦିଘୋରର ପଞ୍ଚାୟତ ନନ୍ଦିଘୋର ଗ୍ରାମର ମିନତୀ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ୨୫ ତମ ସ୍କୋଏ ସିନିୟର୍ ଜାତୀୟ ଚମ୍ପିୟାନ ସିପ୍ ପ୍ରତିଯୋଗିତା ୨୦୨୫ରେ ଅଂଶଗ୍ରହଣ କରି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ପୂର୍ବରୁ ଜାତୀୟ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ କ୍ରିଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି କ୍ରମାଗତ ଭାବେ ପଦକ ହାସଲ କରି କେବଳ ଓଡ଼ଗାଁ କିମ୍ବା ନୟାଗଡ଼ ଜିଲ୍ଲା ନୁହେଁ, ରାଜ୍ୟ ତଥା ଦେଶ ପାଇଁ ଗୋୖରବ ଆଣିଦେଇଛନ୍ତି । ପ୍ରୋତ୍ସାହନ ଅଭାବରୁ ନିଜ ଉଦ୍ୟମରେ ସକ୍ଷମ ଯୋଗୁଁ, ସେମାନଙ୍କ ପ୍ରତିଯୋଗିତା ପରିସର ସଙ୍କୁଚିତ ହୋଇ ପଡୁଛି । ସରକାରୀ ସ୍ବୀକୃତି ପ୍ରାପ୍ତ ଖେଳକୁ ସରକାରୀ ଭାବେ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଅଣସ୍ଵିକୃତ ଖେଳ ଓ ଖେଳାଳି ମାନଙ୍କୁ ବ୍ୟକ୍ତିଗତ ତଥା ଘରୋଇ ଉଦ୍ୟମରେ ଜାତୀୟ ତଥା ଆନ୍ତର୍ଜାତୀୟ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପଡିଥାଏ । ତେବେ ସଫଳ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପ୍ରୋତ୍ସାହିତ କରାଗଲେ ହୁଏତ ଖେଳାଳି ମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି କ୍ରିଡ଼ା ପ୍ରେମୀ ମାନେ ମତବ୍ୟକ୍ତ କରିଛନ୍ତି । ୨୫ ତମ ସ୍କୋଏ ସିନିୟର୍ ନ୍ୟାସନାଲ ଚମ୍ପିୟାନ ସିପ୍ ୨୦୨୫ ମାର୍ଚ୍ଚ ମାସ ୧୭ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରୁ କୋଚଙ୍କ ସହିତ ଏକ ୨୫ ଜଣିଆ ଖେଳାଳି ଦଳ ଏଥିରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣ ଝିଅ ଓ ୧୨ ଜଣ ପୁଅ ଖେଳାଳି ରହିଥିଲେ । ସର୍ବଭାରତୀୟ ସ୍ତରରେ ଓଡ଼ିଶା ଦଳ ତୃତୀୟ ସ୍ଥାନ ଅଧିକାର କରି ୩ଟି ସ୍ବର୍ଣ୍ଣ ପଦକ, ୩ଟି ରୈ।ପ୍ୟ ପଦକ ଏବଂ ୧୦ ବ୍ରୋଞ୍ଚ ପଦକ ହାସଲ କରିଥିଲେ । ଓଡ଼ିଶା ଦଳରେ ନୟାଗଡ଼ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ଓଡ଼ଗାଁର ବର୍ଷାରାଣୀ ସାହୁ ଓ ନନ୍ଦିଘୋର ଗ୍ରାମର ମିନତୀ ସାହୁ ଲୋବା ଫାଇଟରେ ବ୍ରୋଞ୍ଚ ପଦକ ହାସଲ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.