ଶ୍ରୀ ଗୋପାଳଜୀ ମନ୍ଦିର 61 ତମ ହରି ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ।

0 2

ପଦ୍ମପୁର :- ପଦ୍ମପୁର ପୁରୁଣା ବସ୍ତି ସାହୁ ପଡା ସ୍ଥିତ ଶ୍ରୀ ଗୋପାଳଜୀ ପ୍ରଭୁ ଙ୍କ ମନ୍ଦିର ପ୍ରାଙ୍ଗଣରେ ରେ 61 ତମ ଚବିଶ ପ୍ରହରୀ ହରି ନାମଯଜ୍ଞ ତା. 27.03.2025 ରୁ ତା. 30.03.2025 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀ ଗୋପାଳଜୀ ମନ୍ଦିର ଠାରୁ ଏକ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବା ସହ ପୁନଃ ମନ୍ଦିର ରେ ପହଂଚି କଳସ ବୁଡା ସଂକଳ୍ପ ନୀତି ସମ୍ପର୍ଣ୍ଣ କରିଛନ୍ତି। ତେବେ ଆସନ୍ତା ତିନି ଦିନ ଧରି ହେବାକୁ ଥିବା ଶ୍ରୀ ହରି ନାମ ଯଜ୍ଞ ରେ ବିଭିନ୍ନ ସଙ୍କୀର୍ତ୍ତନ ଦଳ ପ୍ରଭୁ ନାମ ଅମୃତ ରସ ଗାନ ସହ ନିଜର ଭକ୍ତି ନୃତ୍ୟ ପ୍ରଦର୍ଶନ କରିବେ। ଏଣୁ ସମସ୍ତଙ୍କୁ ଏହି ନାମ ଯଜ୍ଞ ରେ ସାମିଲ ହୋଇ ଭକ୍ତି ପୂର୍ଣ୍ଣ ବାତାବରଣ ରେ ଯୋଗ ଦେଇ ପ୍ରଭୁ ଙ୍କ ସ୍ମରଣ ପାଇଁ ସାମିଲ ହୁଅନ୍ତୁ ବଳି ନାମ ଯଜ୍ଞ କମିଟି ତରଫରୁ ସମସ୍ତଙ୍କୁ ନିବେଦନ କରାଯାଇଛି। ତେବେ ଯଜ୍ଞ ର ଅନ୍ତିମ ଦିନ ସାନ୍ଧ୍ୟ ରେ ବୈଠକି କୀର୍ତନ ର ଆୟୋଜନ କରାଯାଇଥିବା ବେଳେ ଏହି ବୈଠକି ରେ କଳାହାଣ୍ଡି ଟୁର୍ଛି ର ପ୍ରସିଦ୍ଧ କୀର୍ତନ ଗାୟକ ସଞ୍ଜୟ ସାହୁ, ବରଗଡ ବେହେରା ର ଗାୟକ ଦାନ ଅଦାବର ବରଗଡ ତାରାକନା ର ଗାୟକ ସୁଧାଂଶୁ ସାହୁ ଏବଂ ଝାରସୁଗୁଡା ଚିଖିଲିଆପାଲି ର ଗାୟକ ନରେନ୍ଦ୍ର କୁମାର ନାଥ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷ ରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.