ପଦ୍ମପୁର :- ମୁଖ୍ୟମନ୍ତ୍ରୀ ମସ୍ୟଜୀବୀ କଲ୍ୟାଣ ଯୋଜନା ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଗ୍ରାମ ପଞ୍ଚାୟତ ପୋଖରୀ ରେ ମାଛ ଚାଷ ନିମନ୍ତେ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ସହକାରୀ ମସ୍ୟ ଅଧିକାରୀ ସୌମ୍ୟ ପ୍ରିୟଦର୍ଶିନୀ ପଣ୍ଡା ଙ୍କ ନେତୃତ୍ୱରେ ଦୁଇ ଦିନିଆ ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜା ବେହେରା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୋଳି ରାଉତ, ଜିଲ୍ଲା ମସ୍ୟ ଅଧିକାରୀ ବିଶ୍ୱରଞ୍ଜନ ରଥ, ଉପାଧ୍ଯକ୍ଷା ସଂଯୁକ୍ତା ଚାନ୍ଦ, ସହକାରୀ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଶିବାନି ଭୋଇ ଯୋଗଦେଇଥିଲେ। ପ୍ରଥମେ ମା ସମଲେଇ ଙ୍କ ଫୋଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।ଏହି ତାଲିମ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାରର ମାଛ ଚାଷ ପଂଚାୟତ ଉପରେ କେମିତି କରିପାରିବେ
ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ଓ କେମିତି ବୈଜ୍ଞାନିକ ଜ୍ଞାନ କୌଶଳ ମାଧ୍ୟମରେ ଅଧିକରୁ ଅଧିକ ମାଛ ଚାଷ କରି କେମିତି ରୋଜଗାର କରି ପାରିବେ, ସେ ଉପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।କନିଷ୍ଠ ମସ୍ୟ ଅଧିକାରୀ ସୁଭଦ୍ରା ପ୍ରଧାନ, BLC ଯୋଗ୍ୟଶ୍ୱରୀ ଧରୁଆ, ସହଯୋଗ କରିଥିବା ବେଳେ ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ମାନେ ଯୋଗଦେଇଥିଲେ। ଶେଷରେ ବ୍ଲକ ସହକାରୀ ମସ୍ୟ ଅଧିକାରୀ ସୌମ୍ୟ ପ୍ରିୟଦର୍ଶିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.