ପଦ୍ମପୁର DCB ବ୍ୟାଙ୍କ ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ।

0 2

ପଦ୍ମପୁର :- ବର୍ତମାନ ସମୟ ରେ ଲୋକଙ୍କର ସୁବିଧା କୁ ଦୃଷ୍ଟି ରେ ରଖି ଗା ଠୂ ସହର ଚାରିଆଡେ ଲୋକଙ୍କ ହାତ ପହଞ୍ଚ ରେ ଖୋଲି ଉଠିଛି ବହୁତ ଗୁଡ଼ାଏ ବ୍ୟାଙ୍କ। କିନ୍ତୁ ତା ମଧ୍ୟ ରୁ ଲୋକଙ୍କର ବିଶ୍ୱାସ ଏବଂ ସମ୍ପର୍କ ର ପ୍ରିୟ ଭାଜନ ହୋଇ ପାରିଛନ୍ତି ମାତ୍ର କିଛି ଟି ତା ମଧ୍ୟ ରୁ ଏକ ବ୍ୟାଙ୍କ ହଉଛି ପଦ୍ମପୁର କଲେଜ ରୋଡ଼ ସ୍ଥିତ DCB ବ୍ୟାଙ୍କ ର ଶାଖା, ଯେଉଁଠି କି ଆଜି ସଫଳତା ର ସହ ନିଜର ତୃତୀୟ ବାର୍ଷିକ ଉତ୍ସବ ପାଳନ କରିଛି ଏହି ଶାଖା। ତେବେ ଏହି ଅବସର ରେ ଶାଖା ର କର୍ମଚାରୀ ଙ୍କ ସହ ଵିଭିନ୍ନ ବର୍ଗ ଓ ବିଭାଗ ର ଗ୍ରାହକ ମାନଙ୍କୁ ନେଇ ପାଳନ କରାଯାଇଥିଲା ବାର୍ଷିକ ଉତ୍ସବ। ତେବେ ଏହି ଆବଶର ରେ ଶାଖା ପ୍ରବନ୍ଧକ ଶ୍ରୀ ଏମ. ରାଜେଶ ଗ୍ରାହକ ମାନଙ୍କୁ ବ୍ୟାଙ୍କ ର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରିବା ସହ କରାଯାଉଥିବା ଜନ କଲ୍ୟାଣ କରି ଯୋଜନା ଯେମିତି କି ସଂଚୟ ଖାତା, ଦୀର୍ଘ ମିୟାଦି ଓ ଶ୍ୱଳ୍ପ ମିୟାଦି ଜମା ଖାତା, ଚାଷ ରୁଣ, ନିଜସ୍ୱ ରୁଣ, ଯାନବାହାନ ରୁଣ, ଗୃହ ରୁଣ, ସୁନା ରୁଣ, ଫିକ୍ସ ଦିପୋଜିଟ, ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ସହ ବ୍ୟାଙ୍କ ରେ ଥିବା ଲକର ସୁବିଧା ଓ ଉପଯୋଗ ବିଷୟରେ ବୁଝାଇବା ସହ ବ୍ୟାଙ୍କ ଆକାଉଣ୍ଟ, ଜମା ଟଙ୍କା, କିମ୍ବା ଋଣ ସମ୍ବନ୍ଧୀୟ କୌଣସିବି ସନ୍ଧେହ କିମ୍ବା ଆପତ୍ତି ଜନକ ମେସେଜ୍ ଅବା କଲ୍ ଆସିଲେ ନ ଡରି ସ୍ଥାନୀୟ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରିବା ପାଇଁ ସଚେତନ କରିଥିଲେ। ଏହି ଉତ୍ସବ ରେ ସ୍ଥାନୀୟ ଶାଖା ର ବୋହୁ ସଂଖ୍ୟାରେ ଉପସ୍ଥିତ ଗ୍ରାହକ ଙ୍କ ସହ ସମସ୍ତ କର୍ମଚାରୀ ମଧ୍ୟ ସାମିଲ ହୋଇ ଖୁବ ଉତ୍ସାହ ର ସହ ବାର୍ଷିକ ଉତ୍ସବ ପାଳନ କରିଥିଲେ।

Leave A Reply

Your email address will not be published.